ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆକ୍ସନ ମୋଡ୍ରେ ବିଏମ୍ସି । ଭୁବନେଶ୍ଵର IRC ଭିଲେଜ୍, ନୟାପଲ୍ଲୀ ସ୍ଥିତ ଦୁଇଟି ଏକାଡେମୀ ଉପରେ ଅକସ୍ମାତ୍ ଭାବେ ଚଢାଉ କରି ଏକାଡେମୀକୁ ସିଲ୍ କରିଛନ୍ତି ବିଏମ୍ସି କର୍ତ୍ତୁପକ୍ଷ । ତେବେ ସେହି ଦୁଇଟି ଏକାଡେମୀ କଳିଙ୍ଗ ଏକାଡେମୀ, ଅଦ୍ଵିତୀୟ ଏକାଡେମୀ ହୋଇଥିବା ଜଣାପଡିଛି । କୋରନା ଗାଇଡ୍ଲାଇନ୍କୁ ଉଲଂଘନ କରି ସେଠାରେ ଅଫ୍ଲାଇନ୍ କ୍ଲାସ କରାଯାଉଥିଲା ବୋଲି ଅଭିଯୋଗ କରିଛି ବିଏମ୍ସି ।
ତେବେ ଏହି ଅଭିଯୋଗକୁ ଏକାଡେମୀ କର୍ତ୍ତୁପକ୍ଷ ଖଣ୍ଡନ କରିବା ସହ ଏପରି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଉପରେ ଖୁବ୍ ପ୍ରଭାବ ପକାଉଛି ବୋଲି କହିଛନ୍ତି । କମ୍ପିଡେଟିଭ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଏହା ପ୍ରଭାବ ପକାଉଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ସରକାରୀ ଚାକିରୀ କ୍ଷେତ୍ରରେ ପୂର୍ବ ବୟସ ସୀମାରେ କୌଣସି ପରିବର୍ତ୍ତନ ନ ହୋଇଥିବା ବେଳେ ପିଲାମାନଙ୍କ ଏହି ୨ ବର୍ଷର ପାଠପଢାରେ ବାଧାପ୍ରାପ୍ତ ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ ବୋଲି ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ସୂଚନା ଦେଇଛନ୍ତି ।