ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ୧ଲକ୍ଷ କୋଭିସିଲଡ ଟିକା ଓଡ଼ିଶାକୁ ଆସୁଛି । ଏହି ଟିକୈ ଅପରାହ୍ନ ୧ଟାରେ ଓଡିଶାରେ ପହଞ୍ଚିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ କିଛି ଦିନ ତଳେ ଓଡିଶାରେ କରୋନା ଟିକା ଅଭାବରୁ ୭୦୦ରୁ ଅଧିକ ଟିକାକରଣ ବନ୍ଦ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡିଶାକୁ ଟିକା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ।
ତେବେ ମେ ୧ ରୁ ଓଡ଼ିଶା ଯୁବବର୍ଗଙ୍କର ଟିକାକରଣ ଆରମ୍ଭ ହେବ । ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ । ଏଥିଲାଗି କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧମରେ ପଞ୍ଜିକରଣ କରାଯିବ। ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବ ଭଳି ଟିକାକରଣ କରାଯିବ ।୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।