ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀ ସମୟରେ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀରେ ହେଉଥିବା କଳାବଜାରୀରେ ରୋକ୍ ଲଗାଇବା ପାଇଁ ଓଡିଶା ପୋଲିସ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ କରାଇଥିଲେ ।ଏହି କଳାବଜାରୀକୁ ରୋକିବାକୁ ଏକ ସ୍ଵତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି । କଟକ ଓ ଭୁବନେଶ୍ୱର ପାଇଁ ୭ ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି । ସେହିପରି ଅନ୍ୟ ଅଞ୍ଚଳ ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି ।
ଅନ୍ୟ ୧୫ଟି ଜିଲ୍ଲା ମଧ୍ୟରେ ସମ୍ବଲପୁର, ଗଞ୍ଜାମ, ସୁନ୍ଦରଗଡ଼ ରହିଛି । ସାରା ରାଜ୍ୟ ପାଇଁ ୨୩ ସ୍କ୍ୱାଡ୍ ଗଠନ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ଯଦି ବେଆଇନ କଳାବଜାରୀ ଖବର ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ପ୍ରେସ୍ କନ୍ଫରେନ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ।
&
A meeting was held today at Bhubaneswar under the chairmanship of Sh. Y K Jethwa, ADG CID CB with Drug Controller, Commissionerate Police, DIG Special Task Force and officials of Crime Branch for prevention of hoarding and black marketing of Covid medicines and medical supplies. pic.twitter.com/vNWobM51Aq
— Odisha Police (@odisha_police) April 19, 2021
;