ସନ୍ଷ୍ଟାର ଟିଭି ବ୍ୟୁରୋ
ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଛି । ତେବେ ବିଜ୍ଞପ୍ତି ଅନୁୟାୟୀ ମେ ୧୩ରେ ଭୋଟଗ୍ରହଣ କାର୍ଯ୍ୟକ୍ରମ ରହିଛି । ସକାଳ ୭ ରୁ ସନ୍ଧ୍ୟା ୬ ଯାଏଁ ମତଦାନ କାର୍ଯ୍ୟକ୍ରମ ହେବ । ୧୬ ତାରିଖରେ ହେବ ଭୋଟ୍ ଗଣତି ହେବ ।
ତେବେ ମେ ୨୬ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିବ ଓ ମେ ୨୭ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୨୯ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେବ । ମେ ୧୮ ସୁଦ୍ଧା ନିର୍ବାଚନ ପ୍ରକ୍ରୀୟାର ସମସ୍ତ କାର୍ଯ୍ୟ ଶେଷ ହେବ । ତେବେ ନାମାଙ୍କନ ପତ୍ର ପ୍ରତ୍ୟାହାର କେବଳ କଂଗ୍ରେସ ପ୍ରାର୍ଥୀ ହିଁ କରିପାରିବେ । ଅନ୍ୟ ଦଳର ପ୍ରାର୍ଥୀ ନାମାନଙ୍କନ ପତ୍ର ପ୍ରତ୍ୟାହାର କରିବାର ଆବଶ୍ୟକତା ନାହିଁ ।
ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ କିଛି ଦିନ ପାଇଁ ସ୍ଥଗିତ ରହିଥିଲା । ତେବେ କଂଗ୍ରେସ ପକ୍ଷରୁ ଦିବ୍ୟଙ୍ଗତ ଅଜିତ ମଙ୍ଗରାଜଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରିବାକୁ ଇଚ୍ଛୁକ ବୋଲି ସୂଚନା ମିଳିଛି । ତେବେ ଦିବ୍ୟଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ଛିଡା କଲେ ଭଲ ହେବ ବୋଲି କେତେକ କଂଗ୍ରେସ ନେତା କହିଛନ୍ତି । ତେବେ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥି ଓ ବିଜେପି ପକ୍ଷରୁ ଆଶ୍ରୀତ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ଛିଡା ହୋଇଛନ୍ତି ।