ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦିପ କୁମାର ଜେନା ଆଜି ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏହି ଗାଇଡ୍ଲାଇନ୍ ଅନୁଯାୟୀ ଆସନ୍ତା ୨୪ ପରଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶକୀୟ ଖୋଲା ରହିବ । ଏହି ଗାଇଡ୍ଲାଇନ୍ ୨୧ ତାରିଖ ଠାରୁ ଲାଗୁ କରାଯିବ ।
- ଟ୍ରେନ୍ , ବସ୍ର ଟିକେଟ୍ ଦେଖାଇ ଯାଇପାରିବେ ।ରାସ୍ତା କଡରେ ହୋଟେଲ୍ ବା ଢାବା ଗୁଡିକ ଖୋଲା ରହିବ । କିନ୍ତୁ ସେଠାରେ କେହି ବସି ଖାଇ ପାରିବେ ନାହିଁ । କେବଳ ପାର୍ସଲ ନେଇପାରିବେ । ଅଲ୍ଲାଇନ୍ ହୋମ ଡେଲିଭରୀ ଚାଲୁ ରହିବ । ସାମ୍ଵାଦିକ ତଥା ଗଣମାଧ୍ୟମ ମାନେ ନିଜର ଆଇ କାର୍ଡ ଦେଖାଇ ଯାଇପାରିବେ । ରୋଗୀ ମେଡିକାଲ୍ କାଗଜପତ୍ର ଦେଖାଇ ମେଡିକାଲ୍ ଯାଇପାରିବେ ।
- ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନଓ୍ଵାଡି କେନ୍ଦ୍ର ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଅଙ୍ଗନଓ୍ଵାଡି କେନ୍ଦ୍ର ଗୁଡିକ ବନ୍ଦ ରହିବ ।
- ବିବାହ ଉତ୍ସବରେ ସର୍ବମୋଟ୍ ୫୦ ଜଣ ଜଣ ରହିପାରିବେ । ଥର ଥର କରି କେହି ଆସି ପାରିବେ ନାହିଁ । ସେହି ୫୦ ଜଣଙ୍କ ଲିଷ୍ଟ ୨୪ ଘଣ୍ଟା ପୂର୍ବରୁ ସ୍ଥାନୀୟ ପ୍ରଶାସକଙ୍କୁ ଦେବାକୁ ହେବ । ଓ ଲିଷ୍ଟକୁ ମଧ୍ୟ ବାହାର ଦୃଶ୍ୟମାନ ସ୍ଥାନରେ ଲଗାଇବାକୁ ପଡିବ ।
- ବିନା ଅନୁମତିରେ ବିବାହ ଶୋଭାଯାତ୍ରା କଲେ ଶୋଭାଯାତ୍ରାରେ ବ୍ୟବହୃତ ହୋଇଥିବା ଗାଡି ଓ ସମସ୍ତ ଇଲେକ୍ଟ୍ରୋନିକ୍ ଜିନିଷକୁ ସ୍ଥାନୀୟ ପ୍ରଶାସକ ସିଜ୍ କରିନେବେ । ତେବେ ବିବାହରେ ସାନିଟାଇଜ୍ ମାସ୍କ ସାମାଜିକ ଦୂରତା ଭଳି କୋଭିଡ୍ ଗାଇଡ୍ଲାଇନ୍ ମାନିବାକୁ ପଡିବ ।
- ବିବାହ ବାର୍ଷିକୀ, ବ୍ରତଘର, ଜନ୍ମଦିନ ଭଳି ସାମାଜିକ ଅନୁଷ୍ଠାନ କେବଳ ଘରେ ହୋଇପାରିବ । ଯଦି କୌଣସି ହୋଟେଲ୍ ବା ବାହାର ସ୍ଥାନରେ ହୁଏ ତେବେ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
- ଦୋକାନରେ ଭିଡ ହେଲେ କିମ୍ଵା ସାମାଜିର ଦୂରତା ନମାମିଲେ ସେହି ଦୋକାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
- ମଲ୍ ଭିତରେ ଫୁଡ୍ କୋର୍ଟରେ କେହି ଖାଇପାରିବେ ନାହିଁ । ହୋଟେଲ୍ , ରେଷ୍ଟୁରାଣ୍ଟରେ କେହି ବସି ଖାଇପାରିବେ ନାହିଁ ।
- ଷ୍ଟ୍ରିଟ୍ ଫୁଡ୍ ଗୁଡିକ ବା ଠେଲା ଗାଡି ଗୁଡିକ ଆଗରେ ମଧ୍ୟ କେହି ଖାିଇ ପାରିବେ ନାହିଁ । କେବଳ ପାର୍ସଲ ନେଇପାରିବେ ।
- ସିନେମା ହଲ ଗୁଡିକ ୫0% ପ୍ରତିଶତ ରେ ଖୋଲା ରହିବ ।
- କୁମ୍ଭ ମେଳାକୁ ଯାଇଥିବା ଲୋକ ଫେରିବା ବେଳେ ଆର୍ଟିପିସିଆର୍ ଟେଷ୍ଟ କରିବେ ଓ ବିନା ଟେଷ୍ଟରେ ସେମାନେ କୌଣସି ଯାନରେ ଆସିବେ ନାହିଁ ।
- କୋଭିଡ୍ର ୩ ମୂଳମନ୍ତ୍ର ପାଳନ କରିବାକୁ ଅନୁରୋଧ କରିଛନ୍ତି SRC । ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବା ।