ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ମୁମ୍ଵାଇରେ ବାଗ୍ନି ନାମକ ଏକ ରେଲଓ୍ଵେ ଷ୍ଟେସନରେ ଘଟିଛି ଏକ ଦୃହସସ୍ପର୍ଶୀ ଘଟଣା । ଜଣେ ସାହାସୀ ରେଲଓ୍ଵେ କର୍ମଚାରୀଙ୍କ ପାଇଁ ବଞ୍ଚିଯାଇଛି ଏକ ନିରୀହ ଶିଶୁର ପ୍ରାଣ । ନଚେତ୍ କିଛି କ୍ଷଣ ମଧ୍ୟରେ ଚାଲି ଟ୍ରେନ ମୁହଁରେ ଚାଲିଯାଇଥାନ୍ତା ଏକ ନିରୀହ ଶିଶୁର ପ୍ରାଣ । ତେବେ ଏହି ରେଲ୍ଓ୍ଵେ କର୍ମଚାରୀଙ୍କ ନାମ ହେଉଛି ମୟୁର୍ ଶୋଲ୍କେ ।ତେବେ ସେହି ଦୃଶ୍ୟଟି ରେଲ୍ଓ୍ଵେ ଷ୍ଟେସନ ପରିସରରେ ଥିବା ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଛି ।
ଭିଡିଓରେ ଦେଖାଯାଉଛି ଯଏ ଶିଶୁଟି ତା ସଂପର୍କୀୟଙ୍କ ସହ ରେଳ ଟ୍ରାକ୍ର କଡେ କଡେ ଯାଉଥିବା ସମୟରେ ହଠାତ୍ ଗୋଡ ଖସି ଟ୍ରେନ୍ ଲାଇନ୍ ରେ ପଡି ଯାଇଛି । ଓ ସାମ୍ନାରୁ ଏକ ଟ୍ରେନ୍ ଦ୍ରୁତ ଗତିରେ ମାଡି ଆସୁଛି । ଏହି ସମୟରେ ସେଠାରେ କାମ କରୁଥିବା କର୍ମଚାରୀ ଦ୍ରୁତ ବେଗରେ ଦୌଡି ଆସି ଦେବଦୂତ ସାଜି ସେ ପିଲାଟିକୁ ଉଦ୍ଧାର କରିଛନ୍ତି ।
ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଶ୍ ଗୋୟଲ ମଧ୍ୟ ଏହି ଭିଡିଓ ନିଜ ଟ୍ଵିଟ୍ର ଆକାଉଣ୍ଟରେ ସେୟାର କରିଛନ୍ତି ଓ ମୟୁର୍ ଶୁକ୍ଳାଙ୍କ ସାହାସୀକତାକୁ ପ୍ରଂଶସା କରିଛନ୍ତି ।
&
Very proud of Mayur Shelke, Railwayman from the Vangani Railway Station in Mumbai who has done an exceptionally courageous act, risked his own life & saved a child’s life. pic.twitter.com/0lsHkt4v7M
— Piyush Goyal (@PiyushGoyal) April 19, 2021
;