ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ପାଇଁ ଦିଲ୍ଲୀର ସ୍ଥିତି ଖୁବ୍ ଗମ୍ଭୀର ରହିଛି । ଦିଲ୍ଲୀରେ ସଂକ୍ରମଣ ହାର ଏତେ ବୃଦ୍ଧି ପାଇବାରେ ଲାଗିଛି ଯେ ରୋଗୀଙ୍କ ପାଇଁ ବେଡ୍ ମିଳିବା ମଧ୍ୟ କଷ୍ଟକର ହୋଇପଡିଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୬ ଦିନ ପାଇଁ ଦିଲ୍ଲୀରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଆଜି ରାତି ୧୦ ରୁ ଆସନ୍ତା ସୋମବାର ସକାଳ ୬ ଯାଏଁ ଏହି ଲକ୍ଡାଉନ୍ ଜାରି ରହିବ । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାଗୁଡିକ ଚାଲୁ ରହିବ । ଓ ବିବାହରେ ୫୦ ଜଣ ଯୋଗ ଦେଇ ପାରିବେ ।
ଆଜି ପ୍ରେସ୍ କନ୍ଫେର୍ନେସ୍ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଏହି ସଟ୍ଡାଉନ୍ ବିଷୟରେ ସୂଚନା ଦେବା ସହ ଦିଲ୍ଲୀରେ କରୋନାର ଭୟଙ୍କର ସ୍ଥିତି ବିଷୟରେ କହିଛନ୍ତି । ଦିଲ୍ଲୀକୁ ଗୋଟିଏ ପରିବାର କହିବା ସହ ବର୍ତ୍ତମାନ ସ୍ଥିତିରେ କରୋନାର ପରିସ୍ଥିତି ଖରାପ ରହିଛି ବୋଲି ସେ କହିଛନ୍ତି । ଲକ୍ଡାଉନ୍ ଛଡା ଆଉ କୌଣସି ବିକଳ୍ପ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହି ସମୟରେ ନିୟମକୁ ମାନିବା ଘରୁ ନବାହାରିବା ପାଇଁ ଦିଲ୍ଲୀ ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ତେବେ ଦିଲ୍ଲୀରେ ଦୈନିକ ୨୫ ହଜାରରୁ ଅଧିକ କରୋନା ସଂକ୍ରମଣ ହେଉଛନ୍ତି । ଏପରି ପରିସ୍ଥିତିରେ ପାଇଁ ଏହି ଲକ୍ଡାଉନ୍ର ୬ ଦିନ ଭିତରେ ଦିଲ୍ଲୀରେ ହସ୍ପିଟାଲ୍ ବେଡ୍, ଆଇସିୟୁ ବଢାଇବା ସରକାର ଚେଷ୍ଟା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।