ସନ୍ଷ୍ଟାର ଟିଭି ବ୍ୟୁରୋ
ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଉ କିଛି ଦିନ ଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜନୈତିକ ଶୋଭାଯାତ୍ରା, ପ୍ରଚାର ଓ ରାଲି ଉପରେ କଟକଣା ଜାରି କରାଯାଇଛି । ଭର୍ଚୁଆଲ୍ରେ ପ୍ରଚାର କରିବାକୁ ଅନୁମତି ଦିଆଯାଇଥିବା ଜନ ସମାଗମ ଉପରେ କଟକଣା ଲାଗୁ କରାଯାଇଛି । ଏନେଇ SRC ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ କିଛି ସମୟ ପୂର୍ବରୁ ବିଧିବଦ୍ଧ ବିଜ୍ଞପ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିଲା । ସେହି ବିଜ୍ଞପ୍ତି ଅନୁଯାୟୀ । ତେବେ ବିଜ୍ଞପ୍ତି ଅନୁୟାୟୀ ମେ ୧୩ରେ ଭୋଟଗ୍ରହଣ କାର୍ଯ୍ୟକ୍ରମ ରହିଛି । ସକାଳ ୭ ରୁ ସନ୍ଧ୍ୟା ୬ ଯାଏଁ ମତଦାନ କାର୍ଯ୍ୟକ୍ରମ ହେବ । ୧୬ ତାରିଖରେ ହେବ ଭୋଟ୍ ଗଣତି ହେବ ।
ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥି ଓ ବିଜେପି ପକ୍ଷରୁ ଆଶ୍ରୀତ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ଛିଡା ହୋଇଛନ୍ତି ।ଅଜିତ୍ ମଙ୍ଗରାଜ୍ଙ୍କ ପରଲୋକ ହେବା ପରେ କଂଗ୍ରେସ ପକ୍ଷରୁ କିଏ ଲଢିବ ସେ ନେଇ ପ୍ରଶ୍ନବାଚୀ ରହିଛି । ତେବେ ଦିବ୍ୟଙ୍ଗତ ଅଜିତ୍ ମଙ୍ଗରାଜ୍ଙ୍କ ପରିବାର ମଧ୍ୟରୁ ଜଣଙ୍କୁ ପାର୍ଥୀ କରିବା ପାଇଁ ଦଳ ଚାହୁଁଛି ବୋଲି ଚର୍ଚ୍ଚା ଜୋର ଧରିଛି ।