ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଦୈନିକ ସଂକ୍ରମଣ ହାର ୫୦୦ ଉପରେ ରହିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ହେଲ୍ପଲାଇନ୍ ନମ୍ଵର ଜାରି କରାଯାଇଛି । ୧୯୨୯ ନମ୍ଵରକୁ କଲ୍ କରି କରୋନା ସମ୍ଵନ୍ଧୀୟ ଯେକୌଣସି ପ୍ରଶ୍ନ ପଚାରି ପାରିବେ ଓ ଯେକୌଣସି ଦ୍ଵନ୍ଦ୍ଵ ଦୂର କରିପାରିବେ । ତେବେ ଏହି ମହାମାରୀକୁ ଭୟଭୀତ ନ ହୋଇ ସଚେତନ ରହିବାକୁ ବିଏମ୍ସି ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
Bhubaneswar Helpline number is active.
Reach out to us for queries related to #COVID19, no need to Panic we are here to help you.#StaySafeStayHealthy pic.twitter.com/UdemGsKGLE— BMC (@bmcbbsr) April 19, 2021