ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଶ୍ରୀମନ୍ଦିର ସହ ଜଡିତ ୫୦ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ସେବାୟତ, ସେବାୟତଙ୍କ ପରିବାର ଲୋକ ଓ ଶ୍ରୀମନ୍ଦିରରେ କାର୍ଯ୍ୟରତ କର୍ମଚାରୀ ରହିଛନ୍ତି । ଜୋତା ଷ୍ଟାଣ୍ଡର ୧୯ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିରର ୯ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଆଜି ମୋଟ ୨୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ପ୍ରସିଦ୍ଧ କୁମ୍ଭମେଳାରେ ଫେରିଥିବା ସେବାୟତମାନେ ମଧ୍ୟ ଚିନ୍ତାର କାରଣ ସାଜିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୨୨ ଜଣ ସେବାୟତ ଫରିଛନ୍ତି । ଓ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣଙ୍କ ରିପୋର୍ଟ ଆସିନାହିଁ। ୨ ଜଣଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣଙ୍କ ରିପୋର୍ଟ ଆସିନାହିଁ । କରୋନା ସଂକ୍ରମିତ ହୋଇଥିବା ସମସ୍ତ କର୍ମଚାରୀ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ କୁମ୍ଭମେଳାରୁ ଫେରିଥିବା ସମସ୍ତ ସେବାୟତ ଆଇସୋଲେସନ୍ରେ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।