ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଭିତରେ ହିଂସା । ଭିତରକାଠ ନିକଟରେ ରକ୍ତ ଛିଟା ପଡିବାରୁ ଶ୍ରୀଜିଉଙ୍କର ମହାସ୍ନାନ କରାଯାଇଛି । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ପୋଲିସର ଦୁଇ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ଦୁଇ କର୍ମଚାରୀ ଯଥା ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ମାରପିଟ୍ ବେଳେ ମନୋଜଙ୍କ ମୁଣ୍ଡ ଫାଟିଯିବାରୁ ମନ୍ଦିରର ଭିତରକାଠ ପାଖରେ ରକ୍ତର ଛିଟା ପଡିଥିଲା । ଆହତ ମନୋଜଙ୍କୁ ସଙ୍ଗେ ସଙ୍ଗେ ପୁରୀ ବଡ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।