ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ନୂତନ ତାରିଖ ଜଣାଇ ଦିଆଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମେ ୪ ଟି ପର୍ଯ୍ୟାୟରେ ଜେଇଇ ମେନ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହାସହ ଫେବ୍ରୁଆରି ଓ ମାର୍ଚ ମାସରେ ୨ ଟି ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିଲା । ବାକି ପରୀକ୍ଷା ଏପ୍ରିଲ ମାସ ୨୭, ୨୮ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ସଂକ୍ରମଣର ବ୍ୟାପକତା ହେତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହାକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି।
।