ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ଓ୍ଵିକେଣ୍ଡ ସଟ୍ଡାଉନ୍ ଜାରି କରିବା ସହ ରାଜ୍ୟର ସମସ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ତେବେ ନାଇଟ୍ କର୍ଫ୍ୟୁ ପାଇଁ ଆଜି ରାତି ୮ ପରେ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବନ୍ଦ କରାଯାଇଛି । ରାତି ସାଢ଼େ ୮ଟା ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ। ରାତି ୯ରୁ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
ତେବେ ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ନୂଆ ଏସ୍ଓପି ଜାରି କରିଥିଲା ଛତିଶା ନିଯୋଗ କମିଟି । ଏପ୍ରିଲ ୨୪ ତାରିଖରୁ ପ୍ରତି ଶନିବାର ଓ ରବିବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏଥିସହିତ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆର୍ଟିପିସିଆର ନେଗେଟିଭ ପ୍ରମାଣପତ୍ର କିମ୍ବା ଟିକାର ଦୁଇଟା ଯାକ ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ନେଗେଟିଭ ରିପୋର୍ଟ ୭ ଦିନ ଭିତରେ ହୋଇଥିବା ଆବଶ୍ୟକ ।ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ମଧ୍ୟ କଡା କଟକଣା ଜାରି କରାଯାଇଛି । ଏଥିସହିତ ଭିତରକାଠ ଦର୍ଶନ ବନ୍ଦ କରାଯାଇଛି । ବାହାର କାଠ ପାଖରୁ ସାଧାରଣ ଭକ୍ତ ଦର୍ଶନ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।