ସନ୍ଷ୍ଟାର ଟିଭି ବ୍ୟୁରୋ
ରାଞ୍ଚି: ଆଜି ଝାଡ଼ଖଣ୍ଡ ହାଇକୋର୍ଟ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ବେଲ୍ ପ୍ରଦାନ କରିଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ଝାରଖଣ୍ଡ ଜେଲ୍ରେ ଥିଲେ ଲାଲୁ ପ୍ରସାଦ ଯାଦବ । ‘ଦୁମ୍କା ଟ୍ରେଜେରି’ ଭାବେ ପରିଚିତ ଏହି ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ କରାଦଣ୍ଡାଦେଶ ହୋଇଥିଲା । ପୂର୍ବରୁ ଝାଡ଼ଖଣ୍ଡ ଟ୍ରେଜେରିରୁ ୩.୧୩ କୋଟି ଟଙ୍କା ଉଠଇଥିବା ଅଭିଯୋଗରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ସମ୍ପ୍ରତି ଦିଲ୍ଲୀ ‘ଏମ୍ସ୍’ରେ ଚିକିତ୍ସାଧୀନ ଥିବା ଲାଲୁ ପ୍ରସାଦ ପୂର୍ବରୁ ବିହାର ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ୪ଟି ମାମଲାରୁ ୩ଟିରେ ଜାମିନ ପାଇଥିଲେ। ‘ଦୁମ୍କା’ ମାମଲାରେ ଜାମିନ ପାଇଥିବା ଲାଲୁ ପ୍ରସାଦ ଏଥର ଡାକ୍ତରଖାନାରୁ ରିଲିଜ୍ ହେବା ପରେ ଘରକୁ ଫେରିଯାଇ ପାରିବେ। ତେବେ ବିନା ଅନୁମତିରେ ତାଙ୍କୁ ଦେଶ ଛାଡି ନ ଯିବାକୁ ଓ ନିଜର ଘର ଠିକଣା ଓ ମୋବାଇଲ୍ ନମ୍ଵର ନ ବଦଳାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।