ସନ୍ଷ୍ଟାର ଟିଭି ବ୍ୟୁରୋ
ବିଶ୍ଵରେ କରୋନା ମହାମାରୀର ସ୍ଥିତି ଖୁବ୍ ଭୟଙ୍କର ଆଡକୁ ଗତି କରୁଛି ।ଦ୍ଵିତୀୟ ଷ୍ଟ୍ରେନ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏହି ଷ୍ଟ୍ରେନ୍ରେ ଭାଇରସ୍ ଦ୍ରୁତ ଗତିରେ ନିଜ ରୂପ ବଦଳାଇଥିବା ନଜର ଆସିଛି । ଏହା ମଧ୍ୟରେ ପ୍ରସିଦ୍ଧ ଜର୍ଣ୍ଣାଲ ‘ଦ ଲାନ୍ସେଟ୍’ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ସେ ଦାବି କରିଛି ଯେ କରୋନା ସଂକ୍ରମଣ ବାୟୁ ଦ୍ଵାରା ହେଉଛି । ଏବଂ ସେଥିପାଇଁ ସୁରକ୍ଷା ପ୍ରୋଟୋକଲ୍ରେ ତତ୍କାଳୀନ ପରିବର୍ତ୍ତନ ଆଣିବା ଉଚିତ୍ । ଇଂଲଣ୍ଡ, ଆମେରିକା, କାନାଡାର ଛଅ ବିଶେଷଜ୍ଞଙ୍କ ଦ୍ଵାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେମାନଙ୍କ ମତରେ କୋରନା ଭାଇରସ୍ ବାୟୁ ଦ୍ଵାରା ବ୍ୟାପୁଛି ଏବଂ ଏହା ବାୟୁ ଦ୍ଵାରା ନ ବ୍ୟାପିବାର କୌଣସି ପ୍ରମାଣ ନାହିଁ ।
ତେବେ ବାୟୁ ଦ୍ଵାରା ଏହା ବ୍ୟାପୁଛି ବୋଲି ପ୍ରମାଣ କରିବା ପାଇଁ ଏହି ଜର୍ଣ୍ଣାଲ୍ କିଛି କାରଣ ଦର୍ଶାଇଛି ।
- ଭାଇରସ୍ର ସୁପର ସ୍ପ୍ରେଡିଙ୍ଗ ଇଭେଣ୍ଡ ଦ୍ରୁତ ଗତିରେ SARS-CoV-2 ଭାଇରସ୍କୁ ଆଗକୁ ନେଇଥାଏ । ଏହି ମହାମାରୀ ର ପ୍ରାରମ୍ଭ ବାହକ ଏହା ହୋଇପାରେ ।ଏପରି ସଂକ୍ରମଣ ର ତରଳ ପଦାର୍ଥ ବ୍ୟତୀତ ବାୟୁରେ ଶିଘ୍ର ବ୍ୟାପିଥାଏ ।
- କ୍ଵାରେଣ୍ଟାଇନ୍ ହୋଟେଲରେ ପାଖାପାଖି ଲାଗିକରି ରହିଥିବା ରୁମ୍ରେ ରହୁଥିବା ଲୋକଙ୍କ ମଧ୍ୟରେ ଏହି ଟ୍ରାନ୍ସମିସନ୍ (ସଂକ୍ରମଣ) ଦେଖାଯାଇଥିଲା କିନ୍ତୁ ଏହି ଲୋକମାନେ କେବେ ବି ପରସ୍ପରର କୋଠରୀକୁ ଯାଇ ନଥିଲେ ।
- ବିଶେଷଜ୍ଞମାନେ ଦାବି କରନ୍ତି ଯେ କୋଭିଡ୍ ୧୯ ମାମଲାରେ ୩୩% ରୁ ୫୯% ମାମଲାରେ asymptomatic or presynptomatic ଟ୍ରାନ୍ସମିସନ୍ ଦାୟୀ ରହିଛି ଯାହାକି କାସିବା ବା ଛିଙ୍କିବା ଦ୍ଵାରା ହୋଇ ନଥାଏ ।
- ବାହାର ଅପେକ୍ଷା ଭିତରେ ଜୀବାଣୁର ସଂକ୍ରମଣ ସମ୍ଭାବନା ଅଧିକ ରହିଥାଏ ଏବଂ ଘର ଭିତରର ଭେଣ୍ଟିଲେସନ୍ ର ସୁବିଧା ଥିଲେ ଏହି ସମ୍ଭାବନା ଯଥେଷ୍ଟ କମିଯାଏ ।
- ନୋସୋକୋମିଆଲ୍ ସଂକ୍ରମଣ (ଯାହା ଏକ ଡାକ୍ତରଖାନାରେ ଘଟିଥାଏ) ସେହି ସ୍ଥାନରେ ଦେଖିବାକୁ ମିଳିଥିଲା ଯେଉଁଠାରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ PPE କିଟ୍ ବ୍ୟବହାର କରିଥିଲେ | PPE କିଟ୍କୁ କଣ୍ଟାକ୍ଟ ଓ ଡ୍ରପଲେଟ୍ରୁ ସୁରକ୍ଷିତ ରଖାଯାଇପାରିବ । କିନ୍ତୁ କେବଳ ବାୟୁ ଭିତରକୁ ଯାଇପାରିବ ।
- ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, SARS-CoV-2 ବାୟୁରେ ମିଳିଛି | SARS-CoV-2 ଜୀବାଣୁ ଅତି କମରେ 3 ଘଣ୍ଟା ବାୟୁରେ ସଂକ୍ରାମକ ହୋଇପାରିବ ବୋଲି ଲ୍ୟାବ୍ରେ ଟେଷ୍ଟ କରିବା ସମୟରେ ଜଣାପଡିଛି । କରୋନା ରୋଗୀଙ୍କ କାର୍ ଓ ଘର ମଧ୍ୟରେ ବାୟୁରୁ ଏକ ସ୍ପେଶାଲ୍ ଭାଇରସ୍ ମିଳିଛି ।
- ବିଶେଷଜ୍ଞମାନେ ଗବେଷଣା ସମୟରେ ଜାଣିବାକୁ ପାଇଥିଲେ ଯେ ଯେ ପିଞ୍ଜରାରେ ବନ୍ଦ ଥିବା ପଶୁମାନଙ୍କଠାରେ ମଧ୍ୟ ଏହି ଜୀବାଣୁଙ୍କର ଲକ୍ଷଣ ମିଳିଥିଲା ଯାହା ମଧ୍ୟକୁ କେବଳ ବାୟୁ ଯିବା ସମ୍ଭବ ଥିଲା ।
- ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ବାୟୁରେ ଏହି ଭାଇରସ୍ ବ୍ୟାପେନାହିଁ ଏହାକୁ ପ୍ରମାଣ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ତାଙ୍କର ଶେଷ ଯୁକ୍ତି ଥିଲା ଶ୍ଵାସକ୍ରିୟାରେ ବୁନ୍ଦା କିମ୍ବା ଫୋମାଇଟ୍ ଭଳି ଅନ୍ୟ ଉପାୟରେ ଜୀବାଣୁ ବିସ୍ତାର ହେବାର ବିଶେଷ ପ୍ରମାଣ ନାହିଁ।
ଯଦି ବିଶେଷଜ୍ଞମାନଙ୍କ ତର୍କ ସ୍ଵୀକାର କରାଯାଏ ତେବେ ସାରା ବିଶ୍ଵ ପାଇଁ ଏହି ମହାମାରୀ ବିରୁଦ୍ଧରେ ଲଢିବା ଆହୁରୀ କଷ୍ଟକର ହୋଇ ପଡିବ ।
“Ten streams of evidence collectively support the hypothesis that #SARS-CoV-2 is transmitted primarily by the airborne route.”
New Comment from @trishgreenhalgh, @kprather88, @jljcolorado, @zeynep, @dfisman, and Robert Schooley. #COVID19 https://t.co/2z8jLEcOPH
— The Lancet (@TheLancet) April 16, 2021