ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଟ୍ଵିନ୍ ସିଟି କଟକ ଓ ଭୁବନେଶ୍ଵରରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି ହୋଇଛି ୧୪୪ ଧାରା । ଆଜି ରାତି ୯ ରୁ ସକାଳ ୫ଟା ଯାଏଁ ଏହି ଧାରା ବଳବତ୍ତର ରହିବ । ଏହି କଟକଣାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ଏନେଇ ଭୁବନେଶ୍ଵର ଡିସିପି ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।
ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍ ପରିବହନ ଓ ଅନ୍ଲାଇନ୍ ଡେଲିଭରୀ ସେବା ଗୁଡିକ ଜାରି ରହିବ । ମେଡିକାଲ୍ ଷ୍ଟାଫ୍, ପୋଲିସ୍, ଯେକୌଣସି ସରକାରୀ ଓ ବେସରକାରୀ କର୍ମଚାରୀ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ମଧ୍ୟ ନିଜର ପରିଚୟ ପତ୍ର ଦେଖାଇ ଯାଇ ପାରିବେ । ଲୋକମାନେ ନିଜ ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟ ପତ୍ର ପୁଲିସ କିମ୍ବା ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖାଇ ଯାଇପାରିବେ। ମେଡିକାଲ୍ ଜରୁରୀ କାଳୀନ ସମୟରେ ମେଡିକାଲ୍ ରିପୋର୍ଟ ଦେଖାଇ ଯାଇପାରିବେ । କିନ୍ତୁ ବିନା କାମରେ କେହି ଘରୁ ବାହାରି ପାରିବେ ନାହିଁ ।
Prohibitory Order U/S 144 CrPC from 09.00 PM to 05.00 AM w.e.f 17.04.2021 within @cpbbsrctc in view of #COVID19 Pandemic.@DGPOdisha @odisha_police @dcpbbsr @dcp_cuttack pic.twitter.com/H16ptBiXNS
— COMMISSIONERATE POLICE (@cpbbsrctc) April 17, 2021