ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ‘ଦିଲ୍ ଦିୟା ହେ’ ଫିଲ୍ମରୁ ବଲିଉଡ୍କୁ ଜଗତରେ ପାଦ ଥାପିଥିବା ଅଭିନେତ୍ରୀ ଗୀତା ବସରା ବର୍ତ୍ତମାନ ସମୟରେ ଗର୍ଭବତୀ ଅଛନ୍ତି ଓ ନିଜର ଦ୍ଵିତୀୟ ସନ୍ତାନକୁ ଜୁନ୍ ସୁଦ୍ଧା ଦୁନିଆକୁ ଆଣିବାର ଅପେକ୍ଷାରେ ଅଛନ୍ତି । ଗୀତା ବିବାହ କରିବା ପରଠାରୁ ବଲିଉଡ୍ରେ ବ୍ରେକ୍ ଲଗାଇ ନିଜ ପରିବାର ସହ ବେଶ୍ ଖୁସି ନଜର ଆସିଛନ୍ତି । ତେବେ ନିକଟରେ ସେ ନିଜର ବଲିଉଡ୍ରେ ବ୍ରେକ୍ ଲଗାଇବାର କାରଣ କହିଛନ୍ତି । ଏକ ସାକ୍ଷାତକାରରେ କ୍ୟାରିଅର୍ରେ ବ୍ରେକ୍ ଲଗାଇବାର କାରଣ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ‘ମୋ ମା ଜଣେ ଓ୍ଵାର୍କିଙ୍ଗ ଓମେନ୍ ଥିଲେ ଓ ସେ ପରିବାରକୁ ମଧ୍ୟ ବହୁତ ଭଲ ଭାବେ ସମ୍ଭାଳିଛନ୍ତି । ତାଙ୍କରି ପାଇଁ ମୁଁ ଆଜି ଏଠି ପହଞ୍ଚି ପାରିଛି ।ମହିଳାମାନଙ୍କୁ ନିଜର ପ୍ୟାଶନକୁ କେବେ ବି ଛାଡିବା ଉଚିତ୍ ନୁହେଁ ।
ସେ ଆଉ ମଧ୍ୟ କହିଛନ୍ତି, ‘ମା ହେବା ଏକ ସୁନ୍ଦର ଅନୁଭବ ଅଟେ । ମୁଁ ମୋ ଝିଅ ବିତାଉଥିବା ସବୁ ସମୟକୁ ବହୁତ୍ ଉପଭୋଗ କରେ । କାମ ନକରିବା ମୋର ବ୍ୟକ୍ତିଗତ ଇଚ୍ଛା ଥିଲା । ମୁଁ ମୋ ଛୁଆମାନଙ୍କର ପ୍ରଥମ କଥା, ପ୍ରଥମ ଚାଲିବା, ପ୍ରଥମ ହସ ଏଭଳି ସୁନ୍ଦର ସମୟରେ ସେମାନଙ୍କ ସହ ରହିବାକୁ ଚାହେଁ । ତେବେ ସେ ଭବିଷ୍ୟତରେ କାମ କରି ପାରନ୍ତି ବୋଲି ମଧ୍ୟ କହିଛନ୍ତି ।
ଗୀତା ବସରା ଜଣେ ବଲିଉଡ୍ ଅଭିନେତ୍ରୀ ସହ ଜଣେ ଉଚ୍ଚକୋଟୀର ମଡେଲ ବି ଅଟନ୍ତି । ‘ଦିଲ୍ ଦିୟା ହେ’ ଫିଲ୍ମ ସେ ଇମ୍ରାନ୍ ହାଶାମୀଙ୍କ ସହ ପ୍ରଥମ ଥର ପାଇଁ ନଜର ଆସିଥିଲେ । ୩ ବର୍ଷର ପ୍ରେମ ସଂପର୍କ ପରେ ସେ ୨୦୧୫ ମସିହାରେ ଭାରତୀୟ କ୍ରିକେଟ୍ ଦଳର ସ୍ପିନର୍ ବୋଲର୍ ହରଭଜନ ସିଂହଙ୍କୁ ବିବାହ କରିଥିଲେ ।