ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଏପ୍ରିଲ ୨୪ ତାରିଖରୁ ଏହି କଟକଣା ଲାଗୁ କରାଯିବ । ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥିସହିତ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ପାଇଁ ମଧ୍ୟ ନୂତନ SOP ମଧ୍ୟ ଜାରି କରାଯାଇଛି ।ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆର୍ଟିପିସିଆର ନେଗେଟିଭ ପ୍ରମାଣପତ୍ର କିମ୍ବା ଟିକାର ଦୁଇଟା ଯାକ ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ନେଗେଟିଭ ରିପୋର୍ଟ ୭ ଦିନ ଭିତରେ ହୋଇଥିବା ଆବଶ୍ୟକ ।ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ମଧ୍ୟ କଡା କଟକଣା ଜାରି କରାଯାଇଛି ।
ଏଥିସହିତ ଭିତରକାଠ ଦର୍ଶନ ବନ୍ଦ କରାଯାଇଛି । ବାହାର କାଠ ପାଖରୁ ସାଧାରଣ ଭକ୍ତ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ପାଳନ ହେଉଛି କି ନାହିଁ ତାକୁ ତଦନ୍ତ କରିବ ପାଇଁ ତିନୋଟି ଟିମ୍ ଗଠନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ । ଶନିବାର ଓ ରବିବାର ଶ୍ରୀମନ୍ଦିର ଭିତର ବେଢା, ସ୍ୱତନ୍ତ୍ର ବ୍ୟାରିକେଡ, ବଡ଼ଦାଣ୍ଡ ଆଦି ସାନିଟାଇଜେସନ କରାଯିବ ।