ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନାର ଦ୍ଵିତୀୟ ଲହର ରାଜ୍ୟରେ ଖୁବ୍ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ସରକାର କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ସାରା ରାଜ୍ୟରେ ଆଜିଠୁ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଐତିହସ୍ଥଳୀ ଓ ସଂଗ୍ରହାଳୟ ଆଜିଠୁ ବନ୍ଦ କରାଯାଇଛି ।ଏହି କ୍ରମରେ ଆଜିଠୁ ବହୁ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରଖାଯାଇଛି । ଫଳରେ ମନ୍ଦିରକୁ ଆସିଥିବା ବିଭିନ୍ନ ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ୧୫ ଠାରୁ ମେ ୧୫ ତାରିଖ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ କୋଣାର୍କ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ପୂର୍ବ ବର୍ଷ ମଧ୍ୟ କରୋନା ପାଇଁ ଦୀର୍ଘ ସମୟ ଯାଏଁ କୋଣାର୍କ ମନ୍ଦିର ବନ୍ଦ ରହିଥିଲା ।