ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ଭାଇରସର ଦ୍ଵିତୀୟ ଲହର ଖୁବ୍ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି ସଂକ୍ରମଣ ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ଥାଏ । କରୋନା ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହେଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଏ ମାତ୍ର ସାଧାରଣ ସ୍ତରରେ ଆପଣ ଘରେ ରହି ମଧ୍ୟ ସୁସ୍ଥ ହୋଇପାରିବେ । ତେବେ ଜାଣନ୍ତୁ କରୋନା ହୋଇଥିଲେ ଘରେ କିପରି ନେବେ ନିଜର ଯତ୍ନ ।
ହୋମ ଆଇସୋଲେସନ ପାଇଁ ଜରୁରୀ ନିୟମ
କରୋନା ହୋଇଥିଲେ ପ୍ରଥମତଃ ଘରେ ଏକାନ୍ତବାସରେ ରହିବା ଉଚିତ୍ । କରୋନା ରୋଗୀ ସ୍ଵତନ୍ତ୍ର ବାର୍ଥରୁମ୍ ଓ ଟଏଲେଟ୍ ବ୍ୟବହାର କରିବା ଉଚିତ୍ । ସେମାନଙ୍କ ଯତ୍ନ ନେବା ପାଇଁ ୨୪ ଘଣ୍ଟା ତାଙ୍କ ନିକଟରେ ଜଣେ ରହିବା ଉଚିତ୍ । ଓ ସେ ମଧ୍ୟ ନିଜକୁ ଆଇସୋଲେସନ୍ରେ ରଖିବା ଉଚିତ୍ ।
ହୋମ୍ ଆଇସୋଲେସନ୍ ରହିବା ସମୟରେ ରୋଗୀକୁ କଣ କରିବା ଉଚିତ୍-
ଏହି ସମୟରେ ରୋଗୀ ରହୁଥିବା ଘରର ଝରକା ଖୋଲା ରଖିବା ଦରକାର । ରୋଗୀକୁ ସବୁବେଳେ ୩ ଲେୟର ବାଲା ମାସ୍କ ପିନ୍ଧିବା ଉଚିତ୍ ଓ ପ୍ରତି ୬ -୮ ଘଣ୍ଟା ମଧ୍ୟରେ ତାକୁ ବଦଳାଇବା ଦରକାର । ସାବୁନ୍ରେ ହାତ ୪୦ ମିନିଟ୍ ଯାଏ ଧୋଇବା ଉଚିତ୍ ।ନିଜର ବ୍ୟବାହର ଜିନିଷ ଯେପରିକି ଡ୍ରେସ୍, ବାସନ, ଚଦର ଅଲଗା ରଖିବା ଉଚିତ୍ ।
ଘରେ ରହୁଥିବା ରୋଗୀ ଦିନକୁ ୨ ଥର ନିଜର ଜ୍ଵର ଓ ଅକ୍ସିଜେନ ସ୍ତର ଚେକ୍ କରିବା ଉଚିତ୍ । ଶରୀରର ତାପମାତ୍ରା ୧୦୦ ଫାରେନାଇଟ୍ ଭିତରେ ରହିବା ଦରକାର । ଏହା ଉପରକୁ ରହିଲେ ବିପଦ । ଅକ୍ସିମିଟରରେ ଅକ୍ସିଜେନ ସ୍ତର ଚେକ୍ କରିବା ଉଚିତ୍ ଓ ଏହି ମେସିନରେ SpO2 ରେଟ୍ ୯୪ ପ୍ରତିଶତ କମ୍ ହେବା ଉଚିତ୍ ନୁହେଁ । ଯଦି ପୂର୍ବରୁ ଅନ୍ୟ କିଛି ରୋଗ ଯେପରିକି ଡାଇବେଟିସ୍ ଭଳି ରୋଗ ଅଛି ତେବେ ତାହାର ମଧ୍ୟ ଯାଞ୍ଚ କରିବା ଉଚିତ୍ ।
ଆଇସୋଲେସନ ରହିବା ସମୟରେ ମଦ, ସିଗାରେଟ୍ କିମ୍ଵା ଯେକୌଣସି ନିଶା ଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ । ଡାକ୍ତରଙ୍କ ପରାମର୍ଶକୁ ପାଳନ କରି ନିୟମିତ ଭାବେ ଔଷଧ ସେବନ କରିବା ଉଚିତ୍ ।
ଖାଦ୍ୟ ପ୍ରଣାଳୀ ବା ଏହି ସମୟରେ କଣ ଖାଇବା ଉଚିତ୍:
କରୋନା ରୋଗୀ ସାଧା ଓ ତାଜା ଖାଦ୍ୟ ଖାଇବା ଉଚିତ୍ । କମଳା, ସେଓ, ନାସପାତି ଭଳି ତାଜା ଫଳ ଓ ବିନ୍ସ ,ଡାଲି, ଭଳି ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଉଚିତ୍ । ଓ ରସୁଣ, ଅଦା, ହଳଦୀ ଭଳି ଖାଦ୍ୟ ମଧ୍ୟ ଖାଇବା ଉଚିତ୍ । ପ୍ରତ୍ୟେକ ଦିନ ୮- ୧୦ ଗ୍ଲାସ୍ ପାଣି ପିଇବା ଉଚିତ୍ । କମ୍ ଫ୍ୟାଟ୍ ଯୁକ୍ତ କ୍ଷୀର ଓ ଦହି ଖାଇବା ଉଚିତ୍ । ଆମିଷ ମଧ୍ୟରେ ସ୍କିନ୍ଲେସ୍ ଚିକେନ୍, ମାଛ, ଅଣ୍ଡାର ଧଳା ଅଂଶକୁ ଖାଇ ପାରିବେ । ଖାଇବା ପୂର୍ବରୁ ତାକୁ ଭଲ ଭାବେ ଧୋଇକି ଖାଆନ୍ତୁ ।
କଣ ଖାଇବା ଅନୁଚିତ୍-
କରୋନା ରୋଗୀଙ୍କୁ ମଇଦା, ତେଲ ଛଣା ଖାଦ୍ୟ, ଚିପ୍ସ, ପ୍ୟାକେଟ୍ ଜୁସ୍, କୋଲ୍ଡ ଡ୍ରିଙ୍କ୍ସ, ଚିଜ୍, ଲହୁଣି, ମଟନ, କୋଲେଷ୍ଟୋଲ ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍ । ସପ୍ତାହରେ ୨ରୁ ୩ ଥର ଆମିଷ ଖାଆନ୍ତୁ ।
କରୋନା ଭାଇରସ୍ ଶରୀର ସହିତ ରୋଗୀଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଥାଏ । ତେଣୁ ଏହି ସମୟରେ ନିଜକୁ ଫ୍ରି ରଖିବା ଉଚିତ୍ । ଭିଡିଓ କଲ୍ ଦ୍ଵାରା ନିଜ ପରିବାର , ସାଙ୍ଗସାଥି ସହ କଥା ହେବା ଉଚିତ୍ । ସାବଧାନତା ଓ ସତର୍କତା ହିଁ କରୋନା ଠୁଁ ଦୂରରେ ରଖିପାରିବ ।