ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନାର ସଂକ୍ରମଣ ରୂପକୁ ଦେଖି ଆସନ୍ତା ୧୯ରୁ ସମସ୍ତ ସରକାରୀ ଓ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନର ସମସ୍ତ ଅଫଲାଇନ କ୍ଲାସ କୁ ବନ୍ଦ କରିବା ସହ ହଷ୍ଟେଲ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ୧୯ ଏପ୍ରିଲ ମଧ୍ୟରେ ହଷ୍ଟେଲ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ୫୦% କର୍ମଚାରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ଗୁଡିକ ଚାଲିବ । ସିଲାବସ୍ ଶେଷ କରିବା ପାଇଁ ଅନ୍ଲାଇନ ମାଧ୍ୟମରେ କ୍ଲାସ କରାଯିବ ବୋଲି ପରାମର୍ଶ ଦିଆଯାଇଛି । ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ଵତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ତେବେ ୟୁଜି ଓ ପିଜି ପରୀକ୍ଷା ଅନ୍ଲାଇନ୍ରେ ହୋଇପାରେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।