ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ପାଇଁ କରୋନା ଗାଇଡ୍ଲାଇନ ଜାରି କରିଛନ୍ତି । ତେବେ ସେହି ଗାଇଡ୍ଲାଇନ୍ ଅନୁଯାୟୀ,
- ଆସନ୍ତା କାଲିଠୁ ଛତିଶଗଡ ସୀମାନ୍ତ ୧୦ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ମାଲକାନଗିରି, ନୂଆପଡା, ବରଗଡ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର, ସମ୍ଵଲପୁର ର ପୌରାଞ୍ଚଳରେ ସନ୍ଧ୍ୟା ୬ ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।
- ଅନ୍ୟ ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ।
- ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍ ଡାଉନ୍ ଜାରି । ଶନିବାର ଓ ରବିବାର ସଟ୍ଡାଉନ୍ ରହିବ ।
- ପୌରାଞ୍ଚଳରେ ଲାଗୁ ହେବ ଏହି ନିୟମ ।
- ସାଧାରଣ ଲୋକ ସାମାଜିକ ଦୂରତା, ମାସ୍କ ପିନ୍ଧିବା ନିୟମକୁ ମାନିବା ବାଧ୍ୟତମୂଳକ ।
- ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀ ଅତ୍ୟାବଶ୍ୟକୀୟ ଜିନିଷଗୁଡିକ ଖୋଲା ରହିବ ।
- ନାଇଟ୍ କର୍ଫ୍ୟୁ ସମୟରେ କଞ୍ଚାମାଲ୍ ପରିବହନ ଗାଡି ଗୁଡିକ ଯେପରିକି ଟ୍ରକ୍, ଟ୍ରାକ୍ଟର ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ।
- ହାଟ ଓ ବଜାର ରେ ସାମାଜିକ ଦୂରତା ରକ୍ଷା କରାଯିବ । ମୁହଁରେ ମାସ୍କ ନ ଲଗାଇଲେ କଥା ହେବାକୁ ମନା କରାଯାଇଛି ।
- ବିବାହରେ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ଯୋଗ ଦେଇପାରିବେ ।
- ରାସ୍ତା କଡରେ ଥିବା ଦୋକାନ ଗୁଡିକରେ ଖାଉଥିବା ଲୋକ ସାମାଜିକ ଦୂରତା ଓ କରୋନା ଗାଇଡ୍ ଲାଇନ ମାନିବେ ।
- ରାଜ୍ୟ ଭିତରେ ଚାଲୁଥିବା ବସ୍ରେ ଠିଆ ହୋଇ ଯାତ୍ରୀ ଯାଇ ପାରିବେ ନାହିଁ । କେବଳ ଯେତିକି ସିଟ୍ ସେତିକି ଲୋକ ଯାଇପାରିବେ ।
- ସିନେମା ହଲ ଗୁଡିକ ୫୦% ପ୍ରତିଶତ ଲୋକଙ୍କୁ ନେଇ ଚାଲିବ ।
- ସାମାଜିକ ଓ ରାଜନୈତିକ ସମାବେଶ ଗୁଡିକ ବନ୍ଦ କରାଯାଇଛି ।
- ମୁକ୍ତ ମଞ୍ଚ ଅର୍ଥାତ୍ ଯାତ୍ରା ଗୁଡିକରେ ୧୦୦୦ ଲୋକ ଯୋଗ ଦେଇପାରିବେ । ପୂର୍ବରୁ ଏହା ୨୦୦୦ ଥିଲା ।
- ସରକାରୀ ଅଫିସ୍ ଗୁଡିକରେ ୫୦% ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିପାରିବେ ।
- କମ୍ ଲୋକଙ୍କୁ ନେଇ ଅଫିସ୍ରେ କାର୍ଯ୍ୟ କରାଯିବ ଓ କୋଭିଡ୍ କଟକଣାକୁ ମାନିବେ ।
- ଅଟୋ ଓ ଟାକ୍ସିରେ ଦୁଇ ଜଣରୁ ଅଧିକ ବସି ପାରିବେ ନାହିଁ ।