ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସପ୍ତାହାନ୍ତ କର୍ଫ୍ୟୁ ଜାରି କରିଛନ୍ତି । ଏହି କର୍ଫ୍ୟୁ ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ରାତି ୧୦ ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୬ ଟା ଯାଏଁ ଜାରି ରହିବ । ଏକ ସାମ୍ଵାଦିକ ସମ୍ମିଳନୀରେ ଏ ବିଷୟରେ ଘୋଷଣା କରିଛନ୍ତି । କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏବେ ବି ସ୍ଥିତି ଆୟତ୍ତରେ ରହିଛି , ମେଡିକାଲରେ ବେଡର ଅଭାବ ନାହିଁ । ଏବେ ବି ୫ ହଜାର ବେଡ ଖାଲି ରହିଛି ।
ବଢୁଥିବା ସଂକ୍ରମଣ ରୋକିବାକୁ ସପ୍ତାହାନ୍ତ କର୍ଫ୍ୟୁ ଜାରି ହେବ । ବାହାଘର ପାଇଁ ପାସ ନେବାକୁ ହେବ, ସପିଙ୍ଗ ମଲ୍, ଓ ଜିମ୍ ବନ୍ଦ ରହିବ, ୩୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ । ଅନ୍ୟପଟେ ସମସ୍ତ ଜରୁରୀ ସେବା ଯେପରିକି ହସ୍ପିଟାଲ୍, ଏୟାରପୋର୍ଟ, ବସ୍ ଓ ରେଲ୍ଓ୍ଵେ ଷ୍ଟେସନ ଆଦି ଖୋଲା ରହିବ । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ , ଜନସାଧାରଣ ୫ ଦିନ କାମ କରନ୍ତୁ କିନ୍ତୁ ୨ ଦିନ ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ ।