ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ ଜୁନ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି Odisha Joint Entrance Examination (OJEE) । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ -CBT ମୋଡ୍ରେ ଏହି ପରୀକ୍ଷା ବୋଲି କରିବାକୁ ପରୀକ୍ଷ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି । ଜୁନ ୧୭ ତାରିଖରୁ ୨୪ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଜେଇଇ ଅଫିସିଆଲ୍ ୱେବସାଇଟ www.ojee.nic.in ରେ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ଓ ଅନ୍ୟାନ୍ୟ ଜରୁରୀ ତଥ୍ୟ ମଧ୍ୟ ପାଇପାରିବେ । ତେବେ ଫର୍ମ ପୂରଣର ଶେଷ ତାରିଖ ମେ ୩୦ ରେ ରହିଛି । ଜୁନ୍ ପ୍ରଥମ ସପ୍ତାହରୁ ଆଡମିଟ କାର୍ଡ ମିଳିବ ।
ବିଫାର୍ମା, ଏମବିଏମ, ଏମସିଏ, ଏମ୍ ଟେକ୍, ଏମ୍. ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମ, ଆଇଏମ୍ବିଏ ପଢିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ OJEE ପରୀକ୍ଷା ଦେଇପାରିବେ ।