ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ୍ କୋହଲିଙ୍କ ଆଇସିସି ଓ୍ବାନଡେ୍ ରାଙ୍କିଙ୍ଗର ଦୀର୍ଘ ୩ ବର୍ଷ ୯ ମାସ ରେକର୍ଡ ଭାଙ୍ଗିଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର କ୍ୟାପଟେନ୍ ବାବର ଆଜମ୍ । ଅଗଷ୍ଟ ୨୦୧୭ ରୁ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଆଇସିସି ଓ୍ବାନଡେ୍ ରାଙ୍କିଙ୍ଗରେ ବିଶ୍ଵର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ ହେବାର ଗୌରବ ହାସଲ କରିଥିଲେ ବିରାଟ । ତେବେ ନିଜର ବିସ୍ଫୋରକ ବ୍ୟାଟିଙ୍ଗ୍ ବଳରେ ୨୬ ବର୍ଷୀୟ ବାବର ଆଜିମ୍ ଆଇସିସି ଓ୍ବାନଡେ୍ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଦକ୍ଷିଣ ଆଫ୍ରିକା ବିରୋଧରେ ନିକଟରେ ଶେଷ ହୋଇଥିବା ସିରିଜରେ ଦମଦାର ବ୍ୟାଟିଂ କରି ବାବର ଏହି ରେକର୍ଡ ହାସଲ କରିଛନ୍ତି । ଆଇସିସି ଦ୍ବାରା ବୁଧବାର ଜାରି କରାଯାଇଥିବା ତାଜା ରାଙ୍କିଙ୍ଗରେ ଅନୁସାରେ, ବାବରଙ୍କ ପାଖରେ ୮୬୫ ପଏଣ୍ଟ ରହିଛି, ଯାହାକି ଭାରତୀୟ କ୍ରିକେଟ କ୍ୟାପଟେନ୍ କୋହଲିଙ୍କଠାରୁ ୮ ପଏଣ୍ଟ ଅଧିକ । କୋହଲି ୮୫୭ ପଏଣ୍ଟ ରଖି ଏବେ ଦ୍ବିତୀୟ ସ୍ଥାନକୁ ଖସି ଯାଇଛନ୍ତି । ସେଭଳି ଟିମ୍ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମା ୮୨୫ ପଏଣ୍ଟ ରଖି ତୃତୀୟ ସ୍ଥାନରେ ରହିଛନ୍ତି ।
ବାବର ଆଜମ୍ ପାକିସ୍ତାନୀ ଟିମ୍ର ଚତୁର୍ଥ ଖେଳାଳୀ ଯିଏକି ଏହି ଗୌରବ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଜହିର ଆବାସ୍(୧୯୮୩-୮୪), ଜାଭେଦ ମିୟାଁଦାଦ୍(୧୯୮୮-୮୯) ଓ ମହମ୍ମଦ ୟୁସୁଫ୍ ଏହି ସମ୍ମାନର ଅଧିକାରୀ ହୋଇସାରିଛନ୍ତି ।