ସନ୍ଷ୍ଟାର ଟିଭି ବ୍ୟୁରୋ
ବଡ଼ଗାଁ: ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇସାରିଛି । ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ହାର । ତେବେ ଗତ କିଛି ଦିନ ହେବ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରେ ୬୩୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏପରି ସ୍ଥଳେ କରୋନା ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ବଡ଼ଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ ୩ ଦିନ ପାଇଁ ସେହି ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍ଡାଉନ ଘୋଷଣା କରିଛନ୍ତି ।
ସରପଞ୍ଚଙ୍କ ଘୋଷଣା ଅନୁଯାୟୀ ବଡ଼ଗାଁ ଗ୍ରାମ ପଞ୍ଚାୟତରେ ୧୫ ତାରିଖରୁ ୧୭ ତାରିଖ ଯାଏ ଲକ୍ଡାଉନ୍ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ହୋକାନ ବଜାର ଏହି ୩ ଦିନ ପାଇଁ ବନ୍ଦ ରହିବ ବୋଲି ସରପଞ୍ଚ ଘୋଷଣା କରିଛନ୍ତି । ଏଥି ସହିତ ୧୫ ଏପ୍ରିଲ ଓ ୧୮ ଏପ୍ରିଲ ରେ ବସିବାକୁ ଥିବା ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରପଞ୍ଚ ।