ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ଦ୍ଧିତ କରୋନା ସ୍ଥିତିକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ପରବର୍ତ୍ତି ସ୍ଥିତିରେ କରୋନା ପରିସ୍ଥିତିରେ ସୁଧାର ଆସିଲେ ଏହି ନିଷ୍ପତିରେ ପୁନଃବିଚାର କରାଯିବ ବୋଲି ସୂଚନା ଦିଆଯାଇଛି ।
ତେବେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ କ୍ଲାସ ପ୍ରମୋସନ ପାଇ ଦଶମ ଓ ଦ୍ଵାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ, ଇଂଲିଶ ମିଜିୟମ ସ୍କୁଲ ଗୁଡିକରେ ପଠପଢା ଓ ହଷ୍ଟେଲ ଏପ୍ରିଲ ୧୯ରୁ ବନ୍ଦ କରିବା ନେଇ ମଧ୍ୟ କୁହାଯାଇଛି ।
ତେବେ ଗତକାଲି CBSE ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ୍ । ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯାଇ ଏପରି ନିଷ୍ପତି ନିଆଯାଇଛି ବୋଲି ରମେଶ ପୋଖରୀଆଲ୍ ସୂଚନା ଦେଇଥିଲେ । ତେବେ CBSE ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବା ବେଳେ CBSE ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।