ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି । ତେବେ ଏହି କରୋନା ଚେନ୍କୁ ବ୍ରେକ୍ କରିବା ପାଇଁ ରାଜ୍ୟ ସରକାର କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ମାସ୍କ ପିନ୍ଧିବାକୁ ଅବମାନନା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେଉଁମାନେ ମାସ୍କ ପିନ୍ଧି ନଥିବେ ଓ ପ୍ରଥମ ଏବଂ ୨ୟ ଥର ଧରାପଡ଼ିଲେ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିବା ବେଳେ୨ ରୁ ଅଧିକ ଥର ଧରାପଡିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଛି ।
ତେବେ ଏହାକୁ ମାନିବାକୁ ସାଧାରଣ ଜନତା ଠାରୁ ଆରମ୍ଭ କରି ପୋଲିସ୍ ବାବୁ ନିଜେ ମଧ୍ୟ ବାଧ୍ୟ ।ଏପରି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାରେ । ପୁରୀର ଜଣେ ଟ୍ରାଫିକ କନେଷ୍ଟବଲଙ୍କ ନିକଟରୁ ପୁରୀ ପୋଲିସ୍ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି । ମାସ୍କ ପିନ୍ଧି ନଥିବାରୁ ଟାଉନ୍ ପୋଲିସ ୨ ହଜାର ଟଙ୍କା ଚାଲାଣ କାଟିଛି। ଏନେଇ ପୁରୀ ଜିଲ୍ଲା ପୋଲିସ୍ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ।
On being brought to our notice, we have fined our own Traffic constable ₹2000 for not wearing mask. And he, as a responsible citizen has paid. Wear Mask always; Or Pay the fine. There is no alternative@DGPOdisha @odisha_police @cmo_odisha @SRC_Odisha @SecyChief @Puri_Official pic.twitter.com/obnlr7GbAE
— Puri Police (@SPPuri1) April 13, 2021