ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ହାର ବଢୁଥିବା ହେତୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଘୋଷଣା ହୋଇସାରିଛି । ତେବେ ପୂର୍ବବର୍ଷ ଲକ୍ଡାଉନ୍, ସଟ୍ଡାଉନ୍ ସମୟରେ ଲୋକମାନେ ଘରେ ରହିଥିଲା ବେଳେ ସେମାନଙ୍କ ମନୋରଞ୍ଜନର ଏକ ଗୁରୁତ୍ଵପୂର୍ଣ୍ଣ ମାଧ୍ୟମ ସାଜିଥିଲା ରାମାନନ୍ଦ ସାଗରଙ୍କ ଶୋ’ ‘ରାମାୟଣ’ ଏବଂ ବିଆର୍ ଚୋପ୍ରାଙ୍କ ‘ମହାଭାରତ’ । ୮୦ ଓ ୯୦ ଦଶକର ଏହି ଶୋ’ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଗତବର୍ଷ ଡିଡି ନେସ୍ନାଲ୍ରେ ପୁଣି ଥରେ ପ୍ରସାରିତ କରାଯାଇଥିଲା ।ଯାହାକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।
ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଣି ଥରେ ପ୍ରସାରଣ ହେବାକୁ ଯାଉଛି ରାମାନନ୍ଦ ସାଗରଙ୍କ ଶୋ’ ‘ରାମାୟଣ’ । ପ୍ରତ୍ୟେକ ଦିନ ସଂଧ୍ୟା ୭ଟାରେ ଷ୍ଟାର୍ ଭାରତରେ ଏହି ସୋ’କୁ ପ୍ରସାରଣ କରାଯିବ ବୋଲି ସୂଚନା ରହିଛି। ଷ୍ଟାର୍ ଭାରତ ନିଜ ଅଫିସିଆଲ୍ ଟ୍ବିଟର୍ ପେଜ୍ରେ ଏ ନେଇ ଘୋଷଣା କରାଯାଇଛି ।
 
पावन हो जाएगा मन
जब प्रभु श्रीराम के होंगे दर्शन।
देखिए #रामायण #ramayan
हर शाम 7 बजे, STAR भारत पर। pic.twitter.com/6Y5gHXhgSd— STAR भारत (@StarBharat) April 13, 2021
;