ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ଦେଶରେ କରୋନା ସ୍ଥିତି ବେକାବୁ ଆଡକୁ ଗତି କରୁଛି । ମହାରାଷ୍ଟ୍ରରେ ତେବେ କରୋନା ଚେନ୍କୁ ବ୍ରେକ୍ କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବ୍ରେକ୍ ଦ ଚେନ୍ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଆଜିଠୁ ୧୫ ଦିନ ଯାଏଁ ଅର୍ଥାତ୍ ଏପ୍ରିଲ ୩୦ ଏହି ଅଭିଯାନ ଜାରି ରହିବ । ତେବେ ରାଜ୍ୟବାସୀଙ୍କୁ ସମ୍ଵୋନ୍ଧିତ କରିବାକୁ ଯାଇ କହିଛନ୍ତି ଯେ ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇଯାଇଛି । ଆଜିଠୁ ପୁରା ରାଜ୍ୟରେ ୧୪୪ ଧାରା ଲାଗୁ କରାଯିବ । ଏହି ସମୟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।
ବ୍ୟାଙ୍କ, ଗଣମାଧ୍ୟମ, ଇ-କମର୍ସ, ପେଟ୍ରୋଲ ପମ୍ପ ସହ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଚାଲିପାରିବ । ଶ୍ରମିକମାନେ କାମ କରୁଥିବା ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ରାଜ୍ୟର ଅଧିକ ଡାକ୍ତରଖାନାରେ ଅକ୍ସିଜେନ ସିଲିଣ୍ଡରର ଅଭାବ ଦେଖା ଦେଇଥିବାରୁ କେନ୍ଦ୍ରସରକାରଙ୍କୁ ଶୀଘ୍ର ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବାକୁ ଦାବି କରିଛନ୍ତି ।