ସନ୍ଷ୍ଟାର ଟିଭି ବ୍ୟୁରୋ
ଭାରତରେ କରୋନା ଭାଇରସ୍ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ଷ୍ଟ୍ରେନ ବୃଦ୍ଧ ଓ ଶିଶୁମାନଙ୍କ ପ୍ରତି ଅଧିକ ଭୟଙ୍କର ଅଟେ । ଏହି ଷ୍ଟ୍ରେନରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଏହି ସମୟରେ ଘର ବାହାରକୁ ବାହାରିବାକୁ ସରକାର ବାରମ୍ଵାର ଲୋକମାନଙ୍କୁ ମନା କରୁଛନ୍ତି । ତେବେ ଏହି ସମୟରେ ନିଜ ପିଲାମାନଙ୍କୁ ୫ ଟି ସ୍ଥାନକୁ ଯିବାରୁ ନିବୃତ୍ତ ରଖନ୍ତୁ । କାରଣ ଏହି ସ୍ଥାନ ଗୁଡିକରେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ଥାଏ ।
ସ୍ଵିମିଙ୍ଗ ପୁଲ୍ – ବର୍ତ୍ତମାନ ଖରା ଦିନ ଆରମ୍ଭ ହୋଇଗଲାଣି । ଏହି ସମୟରେ ଅଭିଭାବକ ମାନେ ନିଜ ଛୁଆମାନଙ୍କୁ ଖରା ଗରମରୁ ବର୍ତ୍ତିବା ପାଇଁ ସ୍ଵିମିଙ୍ଗ ପୁଲ୍ କୁ ନେଇ ଯାଇଥାନ୍ତି । ତେବେ ଏହି କରୋନା ସମୟରେ ଶିଶୁମାନଙ୍କୁ ସ୍ଵିମିଙ୍ଗ ପୁଲ୍ ଠାରୁ ଦୂରରେ ରଖନ୍ତୁ ।
ସ୍ପୋର୍ଟ୍ସ କମ୍ପ୍ଲେକ୍ସ – ଖେଳ ପ୍ରତି ଆଗ୍ରହ ଥିବା ଶିଶୁ ମାନଙ୍କୁ କିଛି ଦିନ ପାଇଁ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଦୂରରେ ରଖନ୍ତୁ କାରଣ ଏଠାରେ ଅଧିକ ପିଲା ଆସିବା କାରଣରୁ ସଂକ୍ରମଣ ହାର ଅଧିକ ରହିଥାଏ ।
ପାର୍କ କିମ୍ଵା ପ୍ଲେ ଗ୍ରାଉଣ୍ଡ- ପାଠ ପଢିବା ସହିତ ପିଲାମାନଙ୍କ ଖେଳ କୁଦ କରିବା ବା ବ୍ୟାୟାମ କରିବା ଜରୁରୀ । ପାର୍କ ଓ ପ୍ଲେ ଗ୍ରାଉଣ୍ଡ ଗୁଡିକରେ ଅଧିକ ଲୋକ ଯିବା ଆସିବା କରିଥାନ୍ତି । ତେଣୁ କରୋନା ସମୟରେ ପିଲାମାନଙ୍କୁ ପାର୍କ ଓ ପ୍ଲେ ଗ୍ରାଉଣ୍ଡ ଅଧିକ ନିଅନ୍ତୁ ନାହିଁ ।
ମଲ୍ କିମ୍ଵା ମାର୍କେଟ୍- ସପିଙ୍ଗ ପାଇଁ ପିଲାମାନଙ୍କୁ ମଲ୍ କିମ୍ଵା ମାର୍କେଟ୍ ଅଧିକ ନିଅନ୍ତୁ ନାହିଁ । କାରଣ ମଲ୍ ଓ ମାର୍କେଟ୍ ସବୁବେଳେ ଜନଗହଳି ଥାଏ ଓ କରୋନା ସମୟରେ ଏହି ସବୁ ସ୍ଥାନକୁ ପିଲାମାନଙ୍କୁ ନେବା ବିପଦଜନକ ଅଟେ ।
ପାର୍ଟି ଓ ଫଙ୍କ୍ସନ୍- ଦେଶର ଏବେବି ବିଭିନ୍ନ ସ୍ଥାନରେ କରୋନା ପାଇଁ ପାର୍ଟି ଓ ଫଙ୍କ୍ସନ କୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇନାହିଁ । ବିବାହ ବା ଅନ୍ୟ ଯେ କୌଣସି ପାର୍ଟି ପିଲାମାନଙ୍କୁ ନିଅନ୍ତୁ ନାହିଁ ।