ସନ୍ଷ୍ଟାର ଟିଭି ବ୍ୟୁରୋ
ବୁର୍ଲା: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁର୍ଲା ଓ ରାଉରକେଲାରେ କୋଭିଡ ସ୍ଥିତିର ସମୀକ୍ଷା କରି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଜି ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି । ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ଭୀମସାରର ନବନିର୍ମିତ ମେଡିସିନ ୱାର୍ଡରେ ୩୦୦ ବେଡ୍ର କୋଭିଡ୍ ହସ୍ପିଟାଲକୁ ୧୦ ଦିନ ଭିତରେ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି।
ଦ୍ୱିତୀୟ କୋଭିଡ୍ ହସ୍ପିଟାଲରେ ୨୫୦ଟି ସାଧାରଣ ବେଡ୍ ଓ ୫୦ଟି ICU । ପୂର୍ବର ଥିବା କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ୨୫୦କୁ ବଢ଼ାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ।