ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ଏହି ସମୟରେ ଟିକାକରଣକୁ ଅଧିକରୁ ଅଧିକ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି । କୋଭାକ୍ସିନ ଓ କୋଭିସିଲ୍ଡ ପରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏବେ ‘ସ୍ପୁଟନିକ-ଭି’ ମଧ୍ୟ ଅନୁମତି ଦେଇଛନ୍ତି । ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) । ତେବେ ଅନୁମତି ପାଇବା ପରେ ଭାରତରେ ଟିକା ଉତ୍ପାଦନ କରି ବିତରଣ କରିବା ପାଇଁ ପ୍ରସ୍ତୁତ ହେଉଛି କମ୍ପାନି । ସ୍ପୁଟନିକ-ଭିର ବାର୍ଷିକ ୮୫୦ମିଲିୟନ୍ ଡୋଜ୍ ଉତ୍ପାଦନ ହେବ ବୋଲି କମ୍ପାନି କହିବା ସହ ଭାରତର ପାଞ୍ଚଟି ଫାର୍ମା କମ୍ପାନି ଏହାକୁ ଉତ୍ପାଦନ କରିବେ ।
ଭାରତୀୟ ବଜାରକୁ ଚାହିଁ ମୂଲ୍ୟ ଧାର୍ଯ୍ୟ କରାଯିବ । ଏପର୍ଯ୍ୟନ୍ତ ମୂଲ୍ୟ ସ୍ଥିର କରିନାହିଁ କମ୍ପାନି । ତେବେ ବିଶ୍ଵ ସ୍ତରରେ ଏହି ଭ୍ୟାକ୍ସିନର ଗୋଟିଏ ଡୋଜ ଦାମ୍ ୭୩୦ ଟଙ୍କା ରହିବ ବୋଲି RDIF କମ୍ପାନୀର CEO ସୂଚନା ଦେଇଥିଲେ । କିନ୍ତୁ ଭାରତରେ ଏହାର ଦର କେତେ ରହିବ ତା ଏଯାଏଁ ନିରୁପଣ ହୋଇନାହିଁ ।