ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ବାଲେଶ୍ଵର ପୌର ପରିଷଦ ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇଟି ପର୍ଯ୍ୟାୟରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ବାଲେଶ୍ବର ଯାଇ ବିଭିନ୍ନ ପ୍ରକଳ୍ପ ଅଂଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି ।
ତେବେ ଏହି ପ୍ୟାକେଜ୍ରେ ଅନୁଯାୟୀ
- ସହଦେବ ଖୁଣ୍ଟା ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହେବ ୮ କୋଟି
- ସହର ଭିତରେ ସମସ୍ତ ପୋଖରୀ ସୌନ୍ଦର୍ଯ୍ୟକରଣ କରାଯିବ
- ଓଭରବ୍ରିଜ୍ରୁ ଷ୍ଟେସନ ଛକ ରାସ୍ତାର ହେବ ପ୍ରଶସ୍ତକରଣ, ଏହି ରାସ୍ତାକୁ ୬ ଲେନ୍ କରାଯିବ
- ସହର ଭିତର ସମସ୍ତ ରାସ୍ତାର ହେବ ଉନ୍ନତିକରଣ
- ୭ କୋଟି ଟଙ୍କା ବ୍ୟୟରେ ଡ୍ରେନେଜ କାମର ବିକାଶ ହେବ
- ୧୪ କୋଟି ଟଙ୍କାରେ ନିର୍ମାଣ ହେବ ମଲ୍ଟି ପରପୋଜ୍ ଇନଡୋର ହଲ୍, ସୁଇମିଂ ପୁଲ
- ବୁଢାବଳଙ୍ଗ ନଦୀର ସୁରକ୍ଷା ସହ ସୌନ୍ଦର୍ଯ୍ୟକରଣ କରାଯିବ