ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ:ଦେଶରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । କରୋନା ମହାମାରୀର ଏହି ବର୍ଦ୍ଧିତ ରୂପକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଛନ୍ତି । ରାଜ୍ୟ ଶିକ୍ଷାମନ୍ତ୍ରୀ ଟ୍ଵିଟ୍ କରି ଏହି ସମ୍ଵନ୍ଧରେ ସୂଚନା ଦେଇଛନ୍ତି ଓ କହିଛନ୍ତି, “ ବର୍ତ୍ତମାନ କରୋନା ସ୍ଥିତିକୁ ନଜର ରଖି ଚଳିତ ବର୍ଷର ୧୦ମ ଓ ୧୨ଶ ବୋର୍ଡ ପରିକ୍ଷା ସ୍ଥଗିତ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ପରିକ୍ଷା ଆୟୋଜନ କରିବାର ଅନୁକୁଳ ପରିସ୍ଥିତି ନୁହେଁ । ଛାତ୍ରଛାତ୍ରୀମାନଙ୍କର ସ୍ଵାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯିବ ।
ସେ ଆଉ ମଧ୍ୟ କହିଛନ୍ତି ଯେ ପ୍ରଫେସ୍ନାଲ୍ କୋର୍ସ ଗୁଡିକ ପାଇଁ ଏଣ୍ଟ୍ରାନ୍ସ ଗୁଡିକର ତାରିଖକୁ ଧ୍ୟାନରେ ରଖାଯାଇ ଆସନ୍ତା ମେ ଶେଷ ଆଡକୁ ଦଶମ ଓ ଜୁନ୍ରେ ଦ୍ୱାଦଶ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ।
ତେବେ ଏହାକୁ ଦେଖି ଓଡିଶାରେ ହେବାକୁ ଥିବା ବୋର୍ଡ ପରିକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଦ୍ଵନ୍ଦ୍ଵ ଉପୁଜିଛି । ଆସନ୍ତା ମେ’୪ରୁ ଦଶମ ଶ୍ରେଣୀ ପରୀକ୍ଷା ଓ ମେ’ ୧୫ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ତାହା ଚିନ୍ତାର କାରଣ ସାଜିଛି ।