ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିଦ୍ଵନ୍ଦିତା କରୁଥିବା ଅଜିତ୍ ମଙ୍ଗରାଜ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା କାରଣରୁ ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଜିତ୍ ମଙ୍ଗରାଜଙ୍କ ଭାଇଙ୍କୁ ଫୋନ୍ କରି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ତେବେ ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୬ ଦିନ ରହିଛି । ଏପ୍ରିଲ ୧୭ରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏହା ମଧ୍ୟରେ ପିପିଲିରେ ପ୍ରଚାର କାର୍ଯ୍ୟ ଜୋର୍ସୋର୍ରେ ଚାଲିଥିବା ବେଳେ ଅଜିତ୍ଙ୍କ ଅସୁସ୍ଥତା କାରଣରୁ କଂଗ୍ରେସ ବିନା ପାର୍ଥୀରେ ପ୍ରଚାର କାର୍ଯ୍ୟ ଚଳାଇଛି ।