ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ମହାମାରୀର ସଂକ୍ରମଣ ବୃଦ୍ଧିହାରକୁ ଦୃଷ୍ଟିରେ ରଖି ବିଏମ୍ସି ଓୟୋ ରୁମ୍କୁ କ୍ଵାରେଣ୍ଟାଇନ ସେଣ୍ଟର ଭାବେ ଘୋଷଣା କରିଛି । ଏଣିକି ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ କୋଭିଡ୍ ଲକ୍ଷଣ ଦେଖାଯାଉଥିବା ଲୋକେ । ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ଵରରେ ୩ ଟି ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏହି ହୋଟେଲରେ ୪୦ଟି ରୁମ୍ ରହିଛି । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ତାଙ୍କୁ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ବିଏମସି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।