ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀକୁ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇସାରିଥିଲେ ମଧ୍ୟ ସାରା ବିଶ୍ଵରେ ଏହାର ପ୍ରକୋପ ଜାରି ରହିଛି । ଏହାକୁ ରୋକିବା ପାଇଁ ସଟ୍ଡାଉନ୍, ଲକ୍ଡାଉନ୍, ନାଇଟ୍ କର୍ଫ୍ୟୁ, ଭ୍ୟାକ୍ସିନ, ସଚେତନତା ସବୁ ଆପଣାଇ ସାରିଥିଲେ ମଧ୍ୟ ଏହାର ପ୍ରଭାବ ରହିଛି । ତେବେ ଦେଶରେ ବର୍ତ୍ତମାନ ଦ୍ଵିତୀୟ ପର୍ଯାୟ କରୋନା ଆରମ୍ଭ ହୋଇଯାଇଛି । ଯେଉଁଥିପାଇଁ ଅଧିକ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।
ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିମାନଯାତ୍ରୀଙ୍କ ପାଇଁ ନୂତନ ନିୟମ ପ୍ରଣୟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏଣିକି ୨ ଘଣ୍ଟାରୁ କମ୍ ସମୟ ଯାତ୍ରା କଲେ ଯାତ୍ରୀମାନଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯିବ ନାହିଁ । ଯାତ୍ରୀ ଯଦି ଚାହିଁବେ ସେମାନେ ଅର୍ଡର କରି ଖାଇପାରିବେ । ଏହା ଦ୍ଵାରା କ୍ରୁ ସଦସ୍ୟ ଏବଂ ଯାତ୍ରୀ ପରସ୍ପରର ସଂସ୍ପର୍ଶରେ କମ ଆସିବେ ଏବଂ ସଂକ୍ରମଣ କମ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।