ସନ୍ଷ୍ଟାର ଟିଭି ବ୍ୟୁରୋ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ପ୍ରକାର ରାଶି ଥାଏ ଓ ରାଶି ଅନୁସାରେ ଲୋକଙ୍କ ସ୍ଵଭାବ, ବ୍ୟବହାର ଶୈଳୀ ଓ ଚରିତ୍ର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ରାଶି ଅନୁସାରେ ବ୍ୟକ୍ତି ବିଷୟରେ ବହୁତ କିଛି ଜାଣି ହୁଏ ବୋଲି ଜ୍ୟୋତିଷ ବିଜ୍ଞାନୀମାନେ ଦାବି କରିଥାନ୍ତି । ତେବେ ଆଜିର ଆଧୁନିକ ଯୁଗରେ ମଧ୍ୟ ଏହାର ପ୍ରଭାବ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ବିଷୟରେ ।
ମେଷ: ଏହି ରାଶି ମଙ୍ଗଳ ଗ୍ରହର ରାଶି ଅଟେ । ମେଷ ରାଶିର ପିଲାମାନେ ବେଶ ଜିଦିଖୋର ହୋଇଥାନ୍ତି । ଏମାନଙ୍କୁ ଖୁବ୍ ଶୀଘ୍ର ରାଗ ମଧ୍ୟ ଆସିଯାଏ । ଏହା ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ଦେଖାଯାଇଥାଏ । ଯଦି ସେମାନେ ଥରୁଟିଏ କାହାକୁ ଭଲ ପାଇବସନ୍ତି ତେବେ ଜୀବନ ସାରା ହିଁ ଭଲ ପାଆନ୍ତି । ସେମାନେ କିନ୍ତୁ କାହାପ୍ରତି ସେଭଳି ଭାବପ୍ରବଣ ହୁଅନ୍ତି ନାହିଁ ।
ବୃଷ: ଏହା ଶୁକ୍ର ଗ୍ରହର ରାଶି ଅଟେ । ଏହି ରାଶିର ଲୋକ ଶାନ୍ତ ସ୍ଵଭାବର ଅଟନ୍ତି । ଏହି ରାଶିର ଲୋକମାନେ ନିଜ ଦ୍ଵାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ସବୁବେଳେ ସଜାଗ ଥାନ୍ତି । ଏମାନେ ସୁନ୍ଦର ଏବଂ ସୁସଜ୍ଜିତ ଘରେ ରହିବାକୁ ପସନ୍ଦ କରିବା ସହ ଏକ ସୁସ୍ଥ ବାତାବରଣରେ ରହିବାକୁ ଇଛା କରନ୍ତି । ଏମାନଙ୍କ ଭିତରେ ଶାରୀରିକ ସମ୍ପର୍କ ଅତି ଉତ୍ତମ ରହିଥାଏ ।
ମିଥୁନ: ଏହି ରାଶି ବୁଧ ଗ୍ରହର ରାଶି ଅଟେ । ଏମାନେ ସହଜରେ ପ୍ରଭାବିତ ହୋଇଯାଆନ୍ତି । ଗପୁଡା ସ୍ୱଭାବର ହେବା ସହ ଉଚ୍ଚାଭିଳାଷୀ ଓ ସାମାଜିକ ଧର୍ମୀ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ବୁଝିବା ସହଜ ନୁହେଁ ।
କର୍କଟ: ଚନ୍ଦ୍ର ଏହି ରାଶିର ସ୍ଵାମୀ ଅଟନ୍ତି । କର୍କଟ ରାଶିର ପିଲାମାନେ ବହୁତ ଭାବନାତ୍ମକ ହୋଇଥାନ୍ତି। ସେମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲପାଆନ୍ତି । ସେମାନେ ସବୁବେଳେ ନିଜ ପତ୍ନୀଙ୍କୁ ସୁଖୀଭାବେ ଦେଖିବାକୁ ଚାହାନ୍ତି । କିନ୍ତୁ ଏମାନେ ବହୁତ ଅଭିମାନି ଅଟନ୍ତି ।
ସିଂହ:ଏହି ରାଶି ସୂର୍ଯ୍ୟ ଗ୍ରହର ରାଶି ଅଟେ । ଏମାନେ ନେତୃତ୍ଵ ନେବାକୁ ପସନ୍ଦ କରିଥାନ୍ତି । ସିଂହ ରାଶିର ପିଲା ସର୍ବଦା ନିଜ ଜୀବନସାଥୀର ରକ୍ଷାକବଚ ସାଜିଥାନ୍ତି । ଏମାନେ ଥରେ ଭଲପାଇବା ଆରମ୍ଭ କଲା ମାନେ ସାରା ଜୀବନ ଭଲ ପାଆନ୍ତି । କିନ୍ତୁ ଏମାନେ ଖୁବ୍ ଅହଙ୍କାରୀ ହୋଇଥାନ୍ତି ।
କନ୍ୟା: ବୁଧ ଗ୍ରହ ଏହି ରାଶିର ସ୍ଵାମୀ ଅଟନ୍ତି । ଏମାନେ ନିଜ ଜୀବନସାଥୀର ବହୁତ ଯତ୍ନ ନେଇଥାନ୍ତି । ଏହି ରାଶିର ପିଲା ଯାହାକୁ ଭଲ ପାଆନ୍ତି ତାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏହି ରାଶିର ପିଲାମାନେ ଛୋଟ ଛୋଟ କଥାକୁ ଖୁବ୍ ବଡ ବନାଇଥାନ୍ତି । ଏମାନଙ୍କ ସ୍ଵଭାବ ଚିଡିଚିଡା ହୋଇଥାନ୍ତି । କିନ୍ତୁ ଏମାନେ ଯାହା ଭାବନ୍ତି ତାକୁ କରିଥାନ୍ତି ।
ତୁଳା: ଏହି ରାଶି ଶୁକ୍ର ଗ୍ରହର ରାଶି ଅଟେ । ଏହି ରାଶିର ପିଲା ପ୍ରେମ ଗ୍ରହ ଦ୍ୱାରା ପରିଚାଳିତ। ଏମାନେ ସୌନ୍ଦର୍ଯ୍ୟ, ଶାନ୍ତ ଆଦିକୁ ପ୍ରଶଂସା କରନ୍ତି । ଏମାନେ ଭଲ କୁଟନୈତିଜ୍ଞ ଅଟନ୍ତି । ଏମାନଙ୍କୁ କଥାରେ ପାରିବା ଅସମ୍ଭବ ।
ବିଛା:ଏହି ରାଶି ମଙ୍ଗଳ ରାଶିର ଗ୍ରହ ଅଟନ୍ତି । ବିଛା ରାଶିର ପିଲା ବହୁତ ନିଷ୍ଠାବାନ ହେବା ସହ ସାଙ୍ଘାତିକଭାବେ ପ୍ରେମ କରିଥାନ୍ତି, କିନ୍ତୁ ସେମାନେ ତାଙ୍କ ପ୍ରେମକୁ ବାହାରେ ଦେଖେଇ ହୁଅନ୍ତି ନାହିଁ । ଏମାନେ କ୍ରୋଧି, ପରାକ୍ରମୀ ଓ ଉତ୍ସାହୀ ଅଟନ୍ତି ।
ଧନୁ: ଏହି ରାଶିର ସ୍ଵାମୀ ବୃହସ୍ପତି ଅଟେ । ଏମାନେ ଦୁଃସାହସୀ ଜୀବନସାଥୀ ହୋଇଥାଆନ୍ତି । ଏମାନେ ଥରେ ଠିକ୍ ଜୀବନସାଥୀ ବାଛିନେଲେ, ଆଉ ଫେରିଚାହାନ୍ତି ନାହିଁ । ଏମାନେ ବିଶ୍ଵାସୀ, ଭରସାଯୋଗ୍ୟ ଓ ଜ୍ଞାନୀ ଅଟନ୍ତି ।
ମକର: ଶନି ଗ୍ରହ ମକର ରାଶିର ସ୍ଵାମୀ ଅଟନ୍ତି । ଏହି ରାଶିର ପିଲା ନିଜ ଜୀବନସାଥୀ ପ୍ରତି ବହୁତ ଦାୟିତ୍ଵବାନ ହୋଇଯାଆନ୍ତି। ଏମାନେ ସବୁବେଳେ ନିଜ କେରିଅର୍ ପ୍ରତି ଯତ୍ନବାନ ହେବା ସହ ଭବିଷ୍ୟତ ଚିନ୍ତା ଓ ବାସ୍ତବବାଦୀ ହୋଇଥାନ୍ତି । ଏମାନେ ନିକ ଦ୍ଵାୟିତ୍ଵକୁ ଖୁବ୍ ଭଲ ଭାବେ ନିର୍ବାହ କରିଥାନ୍ତି ।
କୁମ୍ଭ: ଏହି ରାଶିର ସ୍ଵାମୀ ଶନି ଗ୍ରହ ଅଟନ୍ତି । କୁମ୍ଭ ରାଶିର ପିଲାମାନେ ସାଧାରଣତଃ କାହା ଉପରେ ନିର୍ଭରଶୀଳ ନୁହନ୍ତି। ସେମାନଙ୍କର ନିଜ ଉପରେ ଅଦମ୍ୟ ବିଶ୍ୱାସ ରହିଥାଏ। ଏହି ରାଶିର ପିଲାମାନେ ସମ୍ପର୍କକୁ ସନ୍ତୁଳନ କରିବାରେ ବେଶ ପାରଙ୍ଗମ। ଏମାନେ ଖୁବ୍ ଶୀଘ୍ର ବନ୍ଧୁ ବନାଇଥାନ୍ତି । ଦୃହୟରୁ ଏମାନେ ଦୟାଳୁ ସ୍ଵଭାବର ଅଟନ୍ତି ।
ମୀନ: ଏହି ରାଶିର ସ୍ଵାମୀ ବୃହସ୍ପତି ଅଟନ୍ତି । ଏହି ରାଶିର ପିଲା ଅଧିକ କାମୁକ ହୋଇଥାନ୍ତି। ଏମାନେ ଭାବପ୍ରବଣ ହେବା ସହ ନିଷ୍ଠାବାନ ହୋଇଥାନ୍ତି। ଏମାନେ ରୋମାଣ୍ଟିକ୍ ଲାଇଫ୍ କୁ ବେଶ ପସନ୍ଦ କରନ୍ତି। ଏମାନେ ଦୟାଳୁ ସ୍ଵଭାବର ଅଟନ୍ତି । ଏମାନେ ସ୍ପଷ୍ଟବାଦୀ ଅଟନ୍ତି ।