ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ସମୟରେ କରୋନା କୁ ପ୍ରତିହତ କରିବାକୁ ବିପୁଳ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ କରୋନାଭାଇରସ୍ ଟିକା ଦେବା ନିମନ୍ତେ ଆଜି ଦେଶବ୍ୟାପୀ ଆରମ୍ଭ ହେଉଛି ‘ଟିକା ଉତ୍ସବ’ । ତେବେ ଏହି ‘ଟିକା ଉତ୍ସବ’ ଏପ୍ରିଲ୍ ୧୧ ଅର୍ଥାତ ଆଜିଠୁ ଆରମ୍ଭ ହୋଇ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, ଆଜି ଠାରୁ ଆମେ ସମସ୍ତେ ଦେଶବ୍ୟାପୀ ଟିକା ଉତ୍ସବର ଆରମ୍ଭ କରୁଛନ୍ତି । କରୋନା ବିରୋଧରେ ସଂଗ୍ରାମର ଏହି ପର୍ଯ୍ୟାୟରେ ଦେଶବାସୀଙ୍କୁ ମୋର ୪ଟି ଅନୁରୋଧ । ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଟିକା ଦେବାରେ ସହାୟତା କରନ୍ତୁ । ଯେଉଁମାନେ ଟିକା ସଂକ୍ରାନ୍ତରେ ଜାଣନ୍ତି ନାହିଁ, ସେମାନଙ୍କୁ ଏ ସଂକ୍ରାନ୍ତରେ ଜଣାନ୍ତୁ । ସମସ୍ତଙ୍କୁ ଏହି ମାରାତ୍ମକ ଭୂତାଣୁ କବଳରୁ ବଞ୍ଚାଇବାରେ ସହାୟତା କରନ୍ତୁ । ଯେଉଁଠି କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ ହେଲା, ସେଠାରେ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ କରନ୍ତୁ ।
टीका उत्सव पर देशवासियों से आग्रह। pic.twitter.com/GvGV3OCnP7
— PMO India (@PMOIndia) April 11, 2021
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏପ୍ରିଲ୍ ୧୧ରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଆମେ ‘ଟିକା ଉତ୍ସବ’ ପାଳନ କରିବା କଥା ପରାମର୍ଶ ଦେଇଥିଲେ। ଯାହାକୁ ରାଜ୍ୟ ସରକାର ମାନେ ମାନିଥିଲେ ।