ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିପର୍ଯ୍ୟୟ ହେଉ ବା ମହାମାରୀ ହେଉ ସବୁକୁ ଖୁବ୍ ସାହାସୀକତା ଓ ସଠିକ୍ ଭାବରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକାବିଲା କରିଥାନ୍ତି । ତେବେ ଓଡିଶାରେ କରୋନାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ଲୋକମାନଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ରାଜ୍ୟବାସୀଙ୍କୁ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ଵାନ ଦେଇଥିଲେ । ଯାହାକୁ ବିଶ୍ଵର ସବୁଠୁ ବଡ ସ୍ଵାସ୍ଥ୍ୟ ସଂଗଠନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଖୁବ୍ ପ୍ରଂଶସା କରିଛି । ମାସ୍କ ଆମକୁ କରୋନାରୁ ରକ୍ଷା କରିପାରିବ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍ ଲିଡର ଡକ୍ଟର ନିହାର ରାୟ କହିଛନ୍ତି ।
ତେବେ ଗତକାଲି ୧୪ ଦିନିଆ ମାସ୍କ ଅଭିଯାନକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମାସ୍କ କେବଳ ପୋଲିସ ଆଖିକୁ ଧୂଳି ଦେବା ପାଇଁ ନୁହେଁ ବରଂ ନାକରେ ଠିକ୍ ଭାବରେ ପିନ୍ଧିବାକୁ କହିଥିଲେ । ମାଆ ମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଆହ୍ଵାନ ଦେଇଛନ୍ତି ।