ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ଏଭଳି ସ୍ଥିତିକୁ ରୋକିବା ପାଇଁ କରୋନା ଗାଇଡଲାଇନ୍କୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟସରକାର ଅନୁରୋଧ କରୁଛନ୍ତି । ତେବେ କରୋନା ଗାଇଡ୍ଲାଇନ୍ ନମାନିବା କାରଣରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ହୋଟେଲ୍ଗୁଡିକ ସିଲ୍ ମଧ୍ୟ କରାଯାଉଛି । ତେବେ ଆଜି ଏହି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସିବି ମେଡିକାଲ ନର୍ସିଂ କଲେଜକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଏସିଏସଙ୍କ ନିର୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ କଟକ ଏସିବି ମେଡିକାଲ ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ଅନ୍ତେବାସୀଙ୍କୁ ହଷ୍ଟେଲ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।