ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରୋ କରୋନା ସଂକ୍ରମଣ ହାର ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି । ଏହି ସଂକ୍ରମଣ ହାରକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ଓଡିଶା ଆସୁଥିବା ସମସ୍ତ ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆଜିଠୁ ଏହି ନିୟମ ଲାଗୁ ହେବ ବୋଲି ପୂର୍ବତଟ ରେଲ୍ୱେ ବିଭାଗ ସୂଚନା ଦେଇଛନ୍ତି । ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀମାନଙ୍କୁ RTPCR ଟେଷ୍ଟ କରାଇବାକୁ ପଡିବ ।
ଏହି ଟେଷ୍ଟରେ ଯେଉଁ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବ, ସେମାନଙ୍କୁ ହିଁ କେବଳ ଟ୍ରେନ୍ରେ ଯାତ୍ରା ପାଇଁ ଅନୁମତି ମିଳିବ। ନଚେତ୍ ଯାତ୍ରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିଫିକେଟ୍ ଜରୁରୀ । ଏହି ବୈଧ ପ୍ରମାଣ ପତ୍ର ନଥିଲେ ତାଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ କରାଯିବ ବୋଲି ପୂର୍ବତଟ ରେଲ୍ୱେ ପକ୍ଷରୁ କୁହାଯାଇଛି । ଓଡ଼ିଶାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲ୍ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଯୋଗୁ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ କରୋନାର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ରେଲ୍ୱେ ଏହି କଟକଣା ଜାରି କରିଛି। ବାହାର ରାଜ୍ୟରୁ ଓଡିଶାକୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ କରୋନାକୁ ମାନିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।