ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ରାଲି କରୁଥିବା ସମୟରେ ଏକ ମୁସଲମାନ ଯୁବକଙ୍କ ସହିତ କଥା ହେଉଥିବାର ଏକ ଫଟୋ ନିକଟରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।ଫଟୋରେ ଏକ ମୁସଲ୍ମାନ ଯୁବକ ମୋଦିଙ୍କ କାନରେ କିଛି କହୁଥିବାର ଦେଖାଯାଉଥିଲା । ତେବେ ସେହି ଫଟୋ ଦେଖି ସେମାନେ କଣ କଥା ହେଉଛନ୍ତି ବୋଲି ଲୋକମାନଙ୍କ ମନରେ ଉତ୍କଣ୍ଠା ଭରି ଯାଇଥିଲା ।
ତେବେ ଭାଇରାଲ୍ ହେଉଥିବା ସେହି ଫଟୋରେ ସେହି ମୁସଲମାନ ଯୁବକ ଜଣକ ହେଉଛନ୍ତି ଜୁଲ୍ଫିକର୍ ଅଲ୍ଲୀ । ତାଙ୍କୁ ଯେତେବେଳେ ପଚରାଗଲା କି ସେ ମୋଦୀଙ୍କ କାନରେ କ’ଣ କହୁଛନ୍ତି ବୋଲି । ସେ ଉତ୍ତର ଦେଇଛନ୍ତି ଯେ ସେ ମୋଦୀଙ୍କୁ ତାଙ୍କ ସହ ଗୋଟିଏ ଫଟୋ ଉଠାଇବା ପାଇଁ ନିବେଦନ କରୁଥିଲେ ।
BJP has won West Bengal!! pic.twitter.com/10cQ1T6f8n
— Priti Gandhi – प्रीति गांधी (@MrsGandhi) April 3, 2021
ଏହି ବ୍ୟକ୍ତି ଜଣକ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି, ‘ହଁ ସେ ଫଟୋରେ ମୁଁ ହିଁ ଥିଲି। ମୁଁ ଦୀର୍ଘ ବର୍ଷ ଧରି ବିଜେପି ସହ ଜଡ଼ିତ। ମାତ୍ର ମୁଁ କଦାପି କଳ୍ପନା କରିନଥିଲି ଯେ ମୁଁ ମୋଦୀଙ୍କୁ ଏପରି ଭାବେ ସାମ୍ନାରେ ଦେଖିବି ବୋଲି । ପଶ୍ଚିମବଙ୍ଗର ସୋନାରପୁର ସଭାରେ ଯେତେବେଳେ ମୋଦୀ ପହଞ୍ଚିଲେ ମୁଁ ତାଙ୍କୁ ସାଲ୍ୟୁଟ୍ କଲି ଓ ସେ ବି ମୋତେ ସାଲ୍ୟୁଟ୍ କଲେ । ଭାଇରାଲ୍ ହୋଇଥିବା ଫଟୋରେ ମୁଁ ତାଙ୍କୁ କାନରେ ମୋ ସହ ଏକ ଫଟୋ ଉଠାଇବା ପାଇଁ କହୁଥିଲି । ଏଥିସହ ମୁଁ ବିଜେପିରୁ ଏକ ବିଧାୟକ ଟିକେଟ୍ ପାଇଁ ମଧ୍ୟ ମୋଦୀଜୀଙ୍କୁ କହୁଥିଲି । ତା’ପରେ ସେ ମୋ ସହ ଫଟୋ ଉଠାଇଥିଲେ ।