ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଗତକାଲିଠୁ ହଜାରେ ଉପରେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ସଂକ୍ରମଣ ହାର ୧୨୮୨ ଥିବା ବେଳେ ଆଜି ହେବା ୧୩୭୪ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୮ହଜାର ୧୮୨ଥିବା ବେଲେ ସୁସ୍ଥ ହେଲେଣି ୩ ଲକ୍ଷ ୩୯ହଜାର ୨୦୦ଜଣ ଆକ୍ରାନ୍ତ । ଆକ୍ଟିଭ କେସ୍ ୭ହଜାର ୩ରେ ପହଞ୍ଚିଛି ।
ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରେ ୮୧୨ଜଣ ଥିବା ବେଳେ, ଲୋକାଲ କଣ୍ଚାକ୍ଟ କେସ୍ ୫୬୨ ରହିଛି । ତେବେ ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ହାର ବେଶ୍ ଅଧିକ ରହିଛି । ଏଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ଖୋର୍ଦ୍ଧାରେ ୧୯୩ ଜଣ ଓ ନୂଆପଡାରୁ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୭୭, ବରଗଡ଼ରୁ ୫୯, ଝାରସୁଗୁଡାରୁ ୫୨, କଟକରୁ ୫୧, ରାୟଗଡ଼ାରୁ ୪୭, କଳାହାଣ୍ଡି ଓ ଷ୍ଟେଟପୁଲରୁ ୪୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୪୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୩, ଭଦ୍ରକରୁ ୩୦, ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୪, ଗଞ୍ଜାମ ଓ ନବରଙ୍ଗପୁରରୁ ୨୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ୧୭, ନୟାଗଡ଼ରୁ ୧୩, ବଲାଙ୍ଗୀରରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୯, କୋରାପୁଟ, ଦେଓଗଡ଼ ଓ ଗଜପତିରୁ ୮ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୫, ସୋନପୁରରୁ ୪, କନ୍ଧମାଳରୁ ୩, ବୌଦ୍ଧରୁ ୨ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
&
Covid-19 Report For 9th April
New Positive Cases: 1374
In Quarantine: 812
Local Contacts: 562(Details of local contacts will be shared by concerned District Administration)
District Wise Cases:
1. Angul: 33
2. Balasore: 17
3. Bargarh: 59
4. Bhadrak: 30
5. Balangir: 12— I & PR Department, Odisha (@IPR_Odisha) April 10, 2021
;