ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଉତ୍କଳ ବିଶ୍ଵବିଦ୍ୟାଳୟରେ ପୁଣି ଉତ୍ତେଜନା ଦେଖାଯାଇଛି । କରୋନା ସଂକ୍ରମଣ ହାର ବଢୁଥିବାରୁ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ପ୍ରତିବାଦ କରି ଛାତ୍ରୀଛାତ୍ରୀମାନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ଏକ ଭୁଲ୍ ନିଷ୍ପତି ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି । ଏହାକୁ ପ୍ରତିବାଦ କରି ବିଶ୍ଵ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା ସହ ଏନଏଚ୍ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଫଳରେ ଏନଏଚରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପରୀକ୍ଷା ସମୟରେ ହଷ୍ଟେଲ ଛାଡିବାକୁ କୁହାଯାଇଥିବାରୁ ଏହାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।
ବିଏମସି ନିର୍ଦ୍ଦେଶରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ନିଷ୍ପତ୍ତି ନେଇଥିଲେ । ୧୨ ସୁଦ୍ଧା ୪ର୍ଥ ସେମିଷ୍ଟର ପିଲାମାନଙ୍କୁ ହଷ୍ଟେଲ ଛାଡିବାକୁ ପିଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୧୬ ସୁଦ୍ଧା ପ୍ରଥମ ସେମିଷ୍ଟାର ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରୀକ୍ଷା ସମୟରେ ହଷ୍ଟେଲ ଛାଡିବା ପାଇଁ ବିଏମ୍ସି ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଦୃଢ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।