ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ୱାଇ: ୨୦୨୦ରେ ଅନେକ ମହୀୟାନ କଳାକାର ଦୁନିଆକୁ ଛାଡି ଚାଲିଯାଇଛନ୍ତି । ଯାହା ସିନେମା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ହୋଇରହିଛି । ତେବେ ନିକଟରେ ଫିଲ୍ମଫେୟାର ତରଫରୁ ଇରଫାନ ଖାନଙ୍କୁ ଖାସ୍ ଟ୍ରିବ୍ୟୁଟ୍ ଦିଆଯାଇଛି । ତାଙ୍କୁ ବିଶେଷ ଆୱାର୍ଡରେ ସମ୍ମାନିତ କରାଯାଇଛି । ଆଉ ଅଭିନେତାଙ୍କ ପୁଅ ବାବିଲ ଏହି ପୁରସ୍କାରକୁ ସ୍ୱୀକାର କରିଛନ୍ତି । ତେବେ ସେହି ସମୟରେ ଏକ ଦୁଃଖଭରା ଭିଡିଓ ଭାଇରାଲ୍ ହୋଇଛି । ଆଓ୍ଵାର୍ଡ ଗ୍ରହଣ କରିବା ସମୟରେ ନିଜର କୋହ ସମ୍ଭାଳି ପାରିନଥିଲେ ଇମ୍ରାନ୍ଙ୍କ ପୁଅ ବାବିଲ । ନିଜ ପିତାଙ୍କୁ ମନେ ପକାଇ ଛୋଟ ଛୁଆ ପରି କାନ୍ଦୁଥିଲେ ବାବିଲ୍ ।
। ଯେବେ ଷ୍ଟେଜ୍ ଉପରେ ହୋଷ୍ଟର ଭୂମିକା ନିଭାଇ ଥିବା ରାଜକୁମାର ରାଓ ଓ ଆୟୁଷ୍ମାନ ଖୁରାନା , ଇରଫାନଙ୍କ ପାଇଁ ସୁନ୍ଦର ଶବ୍ଦ ସବୁ ବ୍ୟବହାର କରୁଥିଲେ , ଭାରତୀୟ ,ସିନେମାର ତାଙ୍କର ଯୋଗଦାନର ବିଶେଷ ମହତ୍ତ୍ୱ ବିଷୟରେ ବଖାଣୁ ଥିଲେ , ସେତିକି ବେଳେ ପୁଅ ବାବିଲ ନିଜ କୋହକୁ କାବୁ କରି ପାରୁ ନଥିଲେ । ଆଉ ଆଖିରେ ଲୁହର ଧାର ଛୁଟୁଥିଲା ।
ଯେବେ ବାବିଲଙ୍କୁ ଷ୍ଟେଜ୍ ଉପରକୁ ସେହି ଖାସ୍ ପୁରସ୍କାର ପାଇଁ ଡକାଗଲା , ସେ କହିଥିଲେ ନିଜ ପିତାଙ୍କ ମଥାକୁ ଗର୍ବରେ ଉଚ୍ଚା କରିବେ । ସେ ଇଣ୍ଡିଆନ୍ ସିନେମାକୁ ନୂଆ ଶିଖରେ ପହଞ୍ଚାଇବେ ।