ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ରୁକୁଣା ରଥଯାତ୍ରା । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଆୟୋଜିତ ହେବ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ଏନେଇ ବିଏମ୍ସି ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି ।
- ବିନା ଭକ୍ତରେ ଆୟୋଜନ ହେବ ରୁକୁଣା ରଥଯାତ୍ରା, ରଥଟଣାରେ କୌଣସି ଶ୍ରଦ୍ଧାଳୁ ଭାଗ ନେଇପାରିବେ ନାହିଁ
- କେବଳ ସେବାୟତ ରଥ ଟଣା କାର୍ଯ୍ୟରେ ସାମିଲ୍ ହେବେ
- ସମସ୍ତ ସେବାୟତଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ
- ରଥ ଟଣା ପୂର୍ବରୁ ରଥକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଇବ BMC
- ରଥଟଣା ବେଳେ ପାନ, ଗୁଟଖା ଖାଇ ଛେପ ପକାଇବା ମନା
- ଖାଦ୍ୟ ଠେଲାଗାଡ଼ି, ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ବାରଣ କରାଯାଇଛି
- ରଥଟଣା ବେଳେ କୌଣସି ଆତସବାଜି ବ୍ୟବହାର ହୋଇପାରିବନି ।