ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ କରୋନାର ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ସଂକ୍ରମଣ ହାର ୧୨୮୨ ରେ ପହଞ୍ଚିଛି । ସେଥି ମଧ୍ୟରୁ କ୍ଵାରେନ୍ଣ୍ଟାଇନ୍ ୭୫୫ ଥିବା ବେଳେ, ଲୋକାଲ୍ କଣ୍ଟାକ୍ କେସ୍ ୫୨୭ ରହିଛି । ରାଜ୍ୟର ସର୍ବାଧିକ ସଂକ୍ରମଣ ସୁନ୍ଦରଗଡ ଜିଲ୍ଲାରେ ବାହାରିଛି । ଏଠାରେ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ସଂଖ୍ୟା ୨୨୪ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୯୨ ଓ କଳାହାଣ୍ଡି ଜିଲ୍ଲାରେ ୧୦୮ ଜଣ ବାହାରିଛନ୍ତି । ଏଥିସହ ରାଜ୍ୟରେ କରୋନା ଆକ୍ଟିଭ୍ କେସ୍ ୫୯୪୧ରେ ପହଞ୍ଚିଛି ।
ତେବେ ୨୪ ଘଣ୍ଟା ମଧ୍ୟରେ କୋରନାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ କରୋନା ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।