ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ରହିଛି । ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ଲକ୍ଡାଉନ୍, ସର୍ଟଡାଉନ୍ ମଧ୍ୟ ଘୋଷଣା କରାଯାଇଛି । ତଥାପି ସ୍ଥିତି ବିଗିଡିବାରେ ଲାଗିଛି ।କରୋନା ଟିକା ମଧ୍ୟ ଏହାକୁ ରୋକିବାରେ ସମ୍ଭବ ହେଉନାହିଁ । କାରଣ ନିକଟରେ ୩୫ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଦିଲ୍ଲୀ ଏମ୍ସର ସମସ୍ତ ଡାକ୍ତର କରୋନା ଟିକାର ଦ୍ବିତୀୟ ଡୋଜ ମଧ୍ୟ ନେଇ ସାରିଥିଲେ ମଧ୍ୟ ୩୫ ଡାକ୍ତରଙ୍କୁ କିପରି ଏହି ସଂକ୍ରମଣ ହେଲା ସେଥିନେଇ ଚିନ୍ତାର କାରଣ ସାଜିଛି । ସମସ୍ତ ଡାକ୍ତର ଏବେ ଆଇସୋଲେସନରେ ରହିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।